Home ରାଜ୍ୟ ସାମାନ୍ୟ ବଚସା ନେଲା ଜୀବନ !

ସାମାନ୍ୟ ବଚସା ନେଲା ଜୀବନ !


ଗଜପତି ; ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ । ଏପରି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା କୃଷ୍ଣପୁର ଗ୍ରାମରେ । ମୃତକ ଜଣକ ସେହି ଗ୍ରାମର ରବି ଶବିର । ସୂଚନାନୁସାରେ ଗତକାଲି ସନ୍ଧ୍ୟାରେ ସେହି ଗ୍ରାମର ବିଶ୍ୱନାଥ ଶବରଙ୍କ ସହ ମଜାରେ କଥା କଟା କଟି ହେଉ ହେଉ ବଚସା ହୋଇଥିଲା । କିନ୍ତୁ ସାମାନ୍ୟ ବଚସା ଯେ ଏଭଳି ଉଗ୍ରରୁପ ନେବ ତାହା କେହି ବି ଭାବି ନଥିଲେ । କେହି କିଛି ଭାବିବା ପୂର୍ବରୁ ବିଶ୍ୱନାଥ ଉତ୍ତ୍ୟକ୍ତ ହୋଇ ରବିଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଥିଲେ । ତେବେ ଗୁରୁତର ଆହାତ ରବିଙ୍କୁ ଚିକିତ୍ସା ପାଇଁ ପାରଳାଖେମୁଣ୍ଡି ନେବା ସମୟରେ ତାଙ୍କର ମୃତ୍ୟୁ ଘଟିଛି । ତେବେ ରାୟଗଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।