Home ରାଜ୍ୟ ସାବଧାନ ! ମଗାଇଲା ମୋବାଇଲ ଆସିଲା ସାବୁନ୍ !

ସାବଧାନ ! ମଗାଇଲା ମୋବାଇଲ ଆସିଲା ସାବୁନ୍ !


ବାରିପଦା ; ଅନଲାଇନ ଅର୍ଡରରେ ପୁଣି ଠକେଇ ଅଭିଯୋଗ । ଅନଲାଇନ ଅର୍ଡର କଲେ ମୋବାଇଲ କିନ୍ତୁ ଆସିଲା ସାବୁନ୍ ସହିତ ପୁରୁଣା ମୋବାଇଲ କଭର । ପୁଣି ଏଭଳି ଏକ ଘଟଣା ଘଟିଛି ବାରିପଦାରେ । ବାରିପଦା ଟାଉନ ଅଞ୍ଚଳରେ ଭୀମସେନ ମହାନ୍ତ ନାମକ ଜଣେ ଯୁବକ ଡିସେମ୍ବର ୬ ତାରିଖରେ ଅନଲାଇନରେ ଏକ ମୋବାଇଲ ଅର୍ଡର କରିଥିଲେ । ୧୩ ତାରିଖ ଦିନ ଏହାର ଡେଲିଭରି କରିଥିଲେ ପ୍ରକାଶ ନାଏକ । କିନ୍ତୁ ଏହି ପାର୍ସଲ ମଧ୍ୟରେ ମୋବାଇଲ ବଦଳରେ ଏକ ସାବୁନ ଓ ଏକ ପୁରୁଣା ମୋବାଇଲ କଭର ମିଳିଥିଲା
ଏହାପରେ ଭୀମସେନ ପୋଲିସର ଦ୍ୱାରସ୍ଥ ହୋଇଥିଲେ । ପୋଲିସ ଏକ ମାମଲା (ନଂ.୩୦୮/୧୮) ରୁଜୁ କରି ୨ ଦୁଇ କୋରିୟର ଡେଲିଭର ବଏ ଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ଅଭିଷେକ ବେହେରା ଓ ପ୍ରକାଶ ଚନ୍ଦ୍ର ନାଏକ । ସେମାନଙ୍କ ନିକଟରୁ ଗୋଟିଏ ଲାପଟପ, ୪ ଟି ମୋବାଇଲ, ୨ ହଜାର ଟଙ୍କା ଓ ବିଭିନ୍ନ ସାମଗ୍ରୀ ଜବତ କରିଛି ପୋଲିସ ।