Home ରାଜ୍ୟ ଶ୍ରୀମନ୍ଦିର ଉଚ୍ଛେଦ ମାମଲାର ଶୁଣାଣି ଆଜି

ଶ୍ରୀମନ୍ଦିର ଉଚ୍ଛେଦ ମାମଲାର ଶୁଣାଣି ଆଜି

ଶ୍ରୀମନ୍ଦିର ଚତୁଃପାର୍ଶ୍ୱରୁ ଉଚ୍ଛେଦ ଅଭିଯାନ ମାମଲାରେ ଆଜି ସୁପ୍ରିମକୋର୍ଟରେ ହେବ ଶୁଣାଣି । ଇତିମଧ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଷ୍ଟାଟସ୍ ରିପୋର୍ଟ ଦାଖଲ କରାଯାଇ ସାରିଛି । ପୁରୀ ଜିଲ୍ଲାପାଳଙ୍କଠାରୁ ସଂଗୃହୀତ ନଥିପତ୍ର ଓ ସୂଚନା ଆଧାରରେ ରାଜ୍ୟ ସରକାରଙ୍କ ଉଚ୍ଛେଦ ମାମଲା ନେଇ ଷ୍ଟାଟସ ରିପୋର୍ଟରେ ତଥ୍ୟ ଉପସ୍ଥାପନା କରାଯାଇଛି । ଶ୍ରୀଜଗନ୍ନାଥ ମନ୍ଦିରର 75 ମିଟର ଆଖପାଖରେ ଥିବା ମଠମାନଙ୍କ ସମ୍ପର୍କରେ ମଧ୍ୟ ଷ୍ଟାଟସ ରିପୋର୍ଟ ଦାଖଲ କରାଯାଇଛି । ସମ୍ପନ୍ନ ମଠ ଓ ମନ୍ଦିରଗୁଡ଼ିକର ଉଚ୍ଛେଦ ପ୍ରସଙ୍ଗରେ ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିଥିଲେ ।

https://linksredirect.com/?cid=34199&source=linkkit&url=https%3A%2F%2Fplay.google.com%2Fstore%2Fapps%2Fdetails%3Fid%3Dcom.eterno.shortvideos