Home ରାଜ୍ୟ ଶ୍ରୀମନ୍ଦିରରେ ପାଳିତ ହେଲା ବ୍ୟଞ୍ଜନ ଦ୍ୱାଦଶୀ, ମହାପ୍ରଭୁଙ୍କୁ ୬୭୧ ପ୍ରକାର ସ୍ୱାଦିଷ୍ଟ ବ୍ୟଞ୍ଜନ ଅର୍ପଣ କଲେ...

ଶ୍ରୀମନ୍ଦିରରେ ପାଳିତ ହେଲା ବ୍ୟଞ୍ଜନ ଦ୍ୱାଦଶୀ, ମହାପ୍ରଭୁଙ୍କୁ ୬୭୧ ପ୍ରକାର ସ୍ୱାଦିଷ୍ଟ ବ୍ୟଞ୍ଜନ ଅର୍ପଣ କଲେ ଭକ୍ତ !


ପୁରୀ ; ୬୭୧ ପ୍ରକାର ସ୍ୱାଦିଷ୍ଟ ବ୍ୟଞ୍ଜନ ସହ ଶ୍ରୀମନ୍ଦିରରେ ପାଳିତ ହେଲା ବ୍ୟଞ୍ଜନ ଦ୍ୱାଦଶୀ । ମାର୍ଗଶୀର ଶୁକ୍ଳପକ୍ଷ ଦ୍ୱାଦଶୀ ତିଥିରେ ଶ୍ରୀକ୍ଷେତ୍ରରେ ଥିବା ରାଧାକୃଷ୍ଣଙ୍କ ମନ୍ଦିରରେ ଗୌଡୀୟ ଓ ବୈଷ୍ଣବ ଭକ୍ତମାନେ ଭୋଗ ଲାଗି କରିଥାନ୍ତି । ବିଶ୍ୱାସ ରହିଛି, କାଳିଆ ଠାକୁରଙ୍କୁ ଶ୍ରୀମନ୍ଦିରରେ ମାଆ ଲକ୍ଷ୍ମୀ ଦ୍ୱାଦଶୀ ତିଥିରେ ସୁସ୍ୱାଦୁ ଭୋଜନ ଦେଇଥାନ୍ତି । ତେଣୁ ଏହି ଉପଲକ୍ଷେ ପୁରୀର ଗୌରବିହାର ପରିସରରେ ୬୭୧ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଥିଲା ।
୪୦ ଜଣ ଭକ୍ତ, ୮ ଘଣ୍ଟାରୁ ଅଧିକ ସମୟ ଧରି ପ୍ରସ୍ତୁତ କରିଥିଲେ ଏହି ସୁସ୍ୱାଦୁ ବ୍ୟଞ୍ଜନ । ଭଳିକି ଭଳି ପିଠା ସହ ବିଭିନ୍ନ ରକମର ଅନ୍ନ, ଡାଲି ଆଦି ପ୍ରସ୍ତୁତ କରାଯାଇଥିଲା । ୧୪ ପ୍ରକାରର ଅନ୍ନ, ୭ ପ୍ରକାର ଡାଲି, ତରକାରୀ,ଖଟା, କ୍ଷୀରି, ପିଠା, ପ୍ରସ୍ତୁତ ହୋଇଥିଲା । ୪୦ ପ୍ରକାର ଚଟଣୀ ଓ ୬୦ ପ୍ରକାରର ଭଜା ପ୍ରସ୍ତୁତ ହୋଇଥିଲା ଏବଂ ମହାପ୍ରଭୁଙ୍କୁ ଲାଗି କରାଯାଇଥିଲା ।