Home ରାଜ୍ୟ ଶ୍ରୀଜିଉଙ୍କୁ ଦର୍ଶନ କଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର

ଶ୍ରୀଜିଉଙ୍କୁ ଦର୍ଶନ କଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର


ଭୁବନେଶ୍ୱର : ଓଡ଼ିଶା ଗସ୍ତରେ ଆସିଥିବା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ ଗତକାଲି ମୁଖ୍ରମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ଭେଟିବା ପରେ ଭୁବନେଶ୍ୱର ସ୍ଥିତ ଟ୍ରାଇଡେଂଟ ହୋଟେଲରେ ରାତ୍ର ଯାପନ କରିଥିଲେ । ତେବେ ଆଜି ତାଙ୍କ ପରିବାର ସହ ଶ୍ରୀଜିଉଙ୍କୁ ଦର୍ଶନ କରିବାଲାଗି ଆସିଛନ୍ତି । କେ.ଚନ୍ଦ୍ରଶେଖର ରାଓ ପରିବାର ସହ ପହଞ୍ଚିବା ପରେ ଶ୍ରୀମନ୍ଦୀର ପ୍ରଶାସନ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା । ସେଠାରେ ତାଙ୍କୁ କଡା ସୁରକ୍ଷା ମଧ୍ୟରେ ସିଂହଦ୍ୱାର ଦେଇ ପ୍ରବେଶ କରିବା ପରେ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ । ଦର୍ଶନ ପରେ ପାର୍ଶ୍ୱ ଦେବାଦେବୀଙ୍କୁ ଦର୍ଶନ କରିଥିଲେ ।