Home ରାଜ୍ୟ ଶୀତରେ ଥରୁଛି କନ୍ଧମାଳ !

ଶୀତରେ ଥରୁଛି କନ୍ଧମାଳ !


ଭୁବନେଶ୍ୱର : କନ୍ଧମାଳ ଜିଲ୍ଲାରେ ଥଣ୍ଡା ସାଙ୍ଗକୁ କୋହଲା ପାଗ ଲାଗି ରହିଛି । ଗତକାଲି ଠାରୁ ଏଠାରେ ସୂର୍ଯ୍ୟଙ୍କ କିରଣ ଦେଖିବାକୁ ମିଳିନାହିଁ । ଶୀତ ଶାଙ୍ଗକୁ କୋହଲା ପାଗ ଓ ମଝିରେ ମଝିରେ ଝିପିଝିପି ବର୍ଷା ମଧ୍ୟ ହୋଇଛି । ଏଥି ଲାଗି କନ୍ଧମାଳ ଜିଲ୍ଲାରେ ଶୀତର ଲହରୀ ଖେଳିଯାଇଛି,ତେବେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୁଚନା ଅନୁଯାଇ ଫୁଲବାଣୀ ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରା ୮ଡ଼ିଗ୍ରୀ ଥିବାବେଳେ ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା ୧୦ଡ଼ିଗ୍ରୀ ସେଲସିୟସ ରହିଛି । ଲଘୁଚାପ ଯୋଗୁଁ ପାଗ ଏଭଳି ପାଗ ହୋଇଥିବା କୁହାଯାଉଛି । ଆଉ ୨-୩ ଦିନ ପାଗ ଏଭଳି ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଏହି ଶୀତ ଲହରୀ ଯୋଗୁ ଲୋକମାନେ ଗରମ ପୋଷାକ ପିନ୍ଧିବା ସହ ନିଆ ଜାଳି ସେଠାରେ ବସୁଛନ୍ତି ।