Home ଦେଶ- ବିଦେଶ ଶକ୍ତିକାନ୍ତ ଦାସ ହେଲେ ଆବିଆଇର ନୂଆ ଗଭର୍ଣ୍ଣର !

ଶକ୍ତିକାନ୍ତ ଦାସ ହେଲେ ଆବିଆଇର ନୂଆ ଗଭର୍ଣ୍ଣର !


ଭୁବନେଶ୍ୱର : ଆରବିଆଇର ପୂର୍ବତନ ଗଭର୍ଣ୍ଣର ଉର୍ଜିତ ପଟେଲଙ୍କ ପରେ ଶକ୍ତିକାନ୍ତ ଦାସ ହେଲେ ନୂଆ ଗଭର୍ଣ୍ଣର । ଶକ୍ତିକାନ୍ତ ଦାସ ପ୍ରଥମ ଓଡ଼ିଆ ଭାବେ ଆରବିଆଇର ଗଭର୍ଣ୍ଣ ହୋଇଛନ୍ତି । ବର୍ତ୍ତମାନ ଅର୍ଥ କମିସନଙ୍କ ସଦସ୍ୟ ଭାବେ କାର‌୍ୟ୍ୟ କରୁଥିବା ଶକ୍ତିକାନ୍ତ ଦାସଙ୍କୁ ଭାରତୀୟ ରିଜର୍ଭ ବ୍ୟାଙ୍କର ନୂଆ ଗଭର୍ଣ୍ଣର ଭାବେ ନିଯୁକ୍ତି ମିଳିଛି । ପୂର୍ବରୁ ସେ କେନ୍ଦ୍ର ଅର୍ଥମନ୍ତ୍ରାଳୟର ସଚିବ ଦାୟିତ୍ୱ ବି ତୁଲାଇ ସାରିଛନ୍ତି । ବିମୁଦ୍ରାକରଣ ନିଷ୍ପତି ବେଳେ ସେ ଅର୍ଥମନ୍ତ୍ରାଳୟର ସଚିବ ରହିଥିଲେ । ଶକ୍ତିକାନ୍ତ ୧୯୫୭ ମସିହାରେ ଓଡିଶାରେ ଜନ୍ମ ଗ୍ରହଣ କରିଥିଲେ । ଏବଂ ୧୯୮୦ ବ୍ୟାଚର ଆଇଏଏସ । ବତର୍ମାନ ଶକ୍ତିକାନ୍ତ ଦାସ ହେଉଛନ୍ତି ଆରବିଆଇର ୨୫ତମ ଗଭର୍ଣ୍ଣର ।