ସୁବର୍ଣ୍ଣପୁର : ଲାଞ୍ଚୁଆ ତହସିଲଦାର ଗିରଫ । ସୁବର୍ଣ୍ଣପୁର ଜିଲ୍ଲା ତରଭା ତହସିଲଦାର ସୁବ୍ରତ ବେହେରା ଭିଜିଲାନ୍ସ ଜାଲରେ ପଡିଛନ୍ତି। ତହସିଲଦାର ଘାଟକ ଏଁତରା ଗାଁର କାହ୍ନୁ ଚରଣ ଦାସଙ୍କ ଠାରୁ ଜମି ରେଜିଷ୍ଟ୍ରେସନ ବାବଦରେ ୨୦ ହଜାର ଟଙ୍କା ନେବା ବେଳେ ଭିଜିଲାନ୍ସ ମାଡି ବସିଥିଲା।
ମିଳିଥିବା ସୂଚନା ଅନୁସାରେ, କାହ୍ନୁଙ୍କୁ ସେ ଲାଞ୍ଜ ମାଗିଥିଲେ। ଏ ନେଇ ସେ ଭିଜିଲାନ୍ସରେ ଅଭିଯୋଗ କରିଥିଲେ।ଯୋଜନା ମୁତାବକ ଆଜି ତରଭା ତହସିଲଦାର ତାଙ୍କ ସରକାରୀ ବାସ ଭବନରେ ଲାଞ୍ଚ ଟଙ୍କା ନେବା ବେଳେ ସୋନପୁର, ବଲାଙ୍ଗିର ଓ ସମ୍ବଲପୁର ଜିଲ୍ଲା ମିଳିତ ଭିଜିଲାନ୍ସ ଟିମ୍ ତାଙ୍କୁ ଗରିଫ କରିଛନ୍ତି ।
https://linksredirect.com/?cid=34199&source=linkkit&url=https%3A%2F%2Fplay.google.com%2Fstore%2Fapps%2Fdetails%3Fid%3Dcom.eterno.shortvideos