Home ରାଜ୍ୟ ଲାଗିଗଲା ନିଆଁ, ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି !

ଲାଗିଗଲା ନିଆଁ, ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି !


କଳାହାଣ୍ଡି ; କଳାହାଣ୍ଡି ଜିଲ୍ଲା ଜୟପାଟଣାରେ ଭୟାବହ ଅଗ୍ନିକାଣ୍ଡ । ଏକ କିରାନା ଦୋକାନ ରେ ନିଆଁ ଲାଗିଯିବାରୁ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ଜଳି ପାଉଁଶ ହୋଇଯାଇଛି । ସୂଚନା ଅନୁସାରେ ଜୟପାଟଣା ର ମହେଶ ଅଗ୍ରୱାଲଙ୍କ ଦୋକାନ ରେ ନିଆଁ ଲାଗିଯାଇଥିଲା । ଖବର ପାଇ ଜୟପାଟଣା ଦମକଳ ବାହିନୀ ଘଟଣାସ୍ଥଳରେ ପହଚିଂବା ସହ ନିଆଁ କୁ ଆୟତ୍ତ କରିଥିଲେ। ତେବେ ଦୋକାନ ମାଲିକ ମହେଶ ଙ୍କ କହିବା ଅନୁଯାୟୀ ପ୍ରାୟ ୨୦ ଲକ୍ଷ ଟଙ୍କାର ରାସନ ସାମଗ୍ରୀ ଜଳି ନଷ୍ଟ ହୋଇଯାଇଛି । ତେବେ ଶର୍ଟ ସର୍କିଟ ହୋଇ ନିଆଁ ଲାଗିଥିବା ଅନୁମାନ କରାଯାଉଛି ।