Home ରାଜ୍ୟ ରେମୁଣା ବ୍ଲକ୍ ଇମାମୀନଗର ଜଗନ୍ନାଥଙ୍କ ୪ର୍ଥ ବାର୍ଷିକ ପ୍ରତିଷ୍ଠା ଦିବସ ପାଳିତ; ଏକାସଙ୍ଗେ କଦଳୀ ବିକା...

ରେମୁଣା ବ୍ଲକ୍ ଇମାମୀନଗର ଜଗନ୍ନାଥଙ୍କ ୪ର୍ଥ ବାର୍ଷିକ ପ୍ରତିଷ୍ଠା ଦିବସ ପାଳିତ; ଏକାସଙ୍ଗେ କଦଳୀ ବିକା ଠାକୁର ଦେଖା !

ରେମୁଣା ବ୍ଲକ୍ ଇମାମୀନଗର ଜଗନ୍ନାଥଙ୍କ ୪ର୍ଥ ବାର୍ଷିକ ପ୍ରତିଷ୍ଠା ଦିବସ ପାଳିତ; ଏକାସଙ୍ଗେ କଦଳୀ ବିକା ଠାକୁର ଦେଖା !

ବାଲେଶ୍ୱର: ରେମୁଣା ବ୍ଲକ୍ ବାଲଗୋପାଳପୁର ଶିଳ୍ପାଅଂଚଳ ସ୍ଥିତ ଇମାମୀନଗର ଶ୍ରୀ ଶ୍ରୀ ଜଗନ୍ନାଥଙ୍କ ୪ର୍ଥ ବାର୍ଷିକ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି ଉତ୍ସବରେ ମହାମାନ୍ୟ ରାଜ୍ୟପାଳ ପ୍ରଫେସର ଗଣେସିଲାଲ୍ ଯୋଗ ଦେଇ ଉତ୍ସବକୁ ଉଦଘାଟନ କରିଥିବା ବେଳେ ଏକ ଗଣବିବାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଯାହାକୁ ନେଇ ଜିଲ୍ଲାର ବୁଦ୍ଧିଜୀବୀ ଲୋକ ଠାକୁର ଦେଖା କଦଳୀ ବିକା ସହ ସମତୁଲ୍ୟ କରୁଥିବା ଦେଖିବାକୁ ମିଳିଛି । ଏହି ଅବସରରେ ହଜାର ହଜାର ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା । ଭକ୍ତଙ୍କ ଜୟଜୟକାର ଧ୍ୱନୀରେ ପ୍ରକମ୍ପିତ ହୋଇଉଠିଥିଲା ମନ୍ଦିର ପରିସର । ଏହି ମନ୍ଦିର ଉତ୍ସବରେ ବିଶେଷ ଆକର୍ଷଣର କେନ୍ଦ୍ର ବିନ୍ଦୁ ଥିଲା ଗଣ ବିବାହ । ଅପରାହ୍ନ ୯ଟା୩୦ ମିନିଟରୁ ୧୨ଟା୩୦ ପର୍ଯ୍ୟନ୍ତ ଏହି ଗଣବିବାହ ଉତ୍ସବରେ ୫୨ ଜଣଙ୍କୁ ଜୀବନସାଥି ମିଳିଥିଲା । ଗୋଟାଏ ମଣ୍ଡପରେ ୫୨ ଯୋଡ଼ି ବରକନ୍ୟାଙ୍କ ହାତଗଣ୍ଠି ପଡ଼ିଛି । ବ୍ରାହ୍ମଣଙ୍କ ପବିତ୍ର ମନ୍ତ୍ରଧ୍ୱନୀ ମଧ୍ୟରେ ଅଗ୍ନି ଓ ଦଶଦିଗ ସାକ୍ଷୀ ରଖି ସେମାନେ ବିବାହ କରିଛନ୍ତି । ଏହା ସହ ସାରା ଜୀବନ ପାଇଁ ଏକ ହୋଇଛନ୍ତି । ସମସ୍ତ ବରକନ୍ୟା ପାଇଁ ବସ୍ତ୍ର,ସ୍ୱର୍ଣ୍ଣ ଅଳଙ୍କାର,ଅତି ଆବଶ୍ୟକ ସାମଗ୍ରୀ ସହିତ ୧୧ଶହ ଲେଖାଏ ଅର୍ଥ ପ୍ରଦାନ କରିଛନ୍ତି । ଏହି ଅବସରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିବା ବେଳେ ଭକ୍ତମୟ ହୋଇଥିଲା ମନ୍ଦିର ପୀଠ । ଏହାସହ ମହାପ୍ରଭୁଙ୍କ ସୁନାବେଶ ଦର୍ଶନ କରିବାର ଭକ୍ତ ଶୋଭାଗ୍ୟ ଅର୍ଜନ କରିଥିଲୋ ଏହି ମନ୍ଦିର ୨୦୧୦ ମସିହାରେ କାର୍ଯ୍ୟ ଆରମ୍ଭ ହେବା ପରେ ୨୦୧୫ ମସିହାରେ ଏହା କାର୍ଯ୍ୟ ଶେଷ ହୋଇଥିଲା । ଏହି ୭୨ଫୁଟ୍ ମନ୍ଦିରରେ ଆନୁମାନିକ ୨୦ କୋଟିରୁ ଉର୍ଦ୍ଧ ଖର୍ଚ୍ଚ ହୋଇଥିବା ସୂଚନା ମିଳିଛି ।