Home ରାଜ୍ୟ ରାଜରାସ୍ତାରେ ଖଣ୍ଡାରେ ହାଣି ନିର୍ମମ ଭାବେ ହତ୍ୟା କରି ଦୁର୍ବୃତ୍ତ ଫେରାର !

ରାଜରାସ୍ତାରେ ଖଣ୍ଡାରେ ହାଣି ନିର୍ମମ ଭାବେ ହତ୍ୟା କରି ଦୁର୍ବୃତ୍ତ ଫେରାର !


ଗଞ୍ଜାମ: ବୁଗୁଡ଼ା ଥାନା ଗୋଲିଆ ଗାଁ ବଡ଼ସାହିରେ ଜଘନ୍ୟ ହତ୍ୟାକାଣ୍ଡ ହୋଇଛି । ଏହି ହତ୍ୟାକାଣ୍ଡରେ ଗାଁର ମିନକେତନ ସାମଲଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ଗତକାଲି ଦୁର୍ବୃତ୍ତମାନେ ରାଜରାସ୍ତାରେ ଖଣ୍ଡାରେ ହାଣି ନିର୍ମମ ଭାବେ ହତ୍ୟା କରି ଫେରାର ହୋଇଯାଇଛନ୍ତି । ତେବେ ଥାନାରେ ଅଭିଯୋଗ ପରେ ପୋଲିସ ମୃତ ଦେହକୁ ବ୍ୟବଚ୍ଛେଦ୍ ପାଇଁ ପଠାଇବା ସହ ଏକ ହତ୍ୟା ମାମଲା ରୁ୍ଜୁ କରି ତଦନ୍ତ ଆରମ୍ଭ କରିଛି । ତେବେ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ଥିବାବେଳେ ପୋଲିସ ଏହାକୁ ପୂର୍ବଶତ୍ରୁତାରୁ ହତ୍ୟାକାଣ୍ଡ ହୋଇଥିବା ଅନୁମାନ କରୁଛି ।