Home ଦେଶ- ବିଦେଶ ରାଜଧାନୀ ଦିଲ୍ଲୀକୁ ଘାରିଛି ପ୍ରଦୂଷଣ ଚିନ୍ତା : ଦିଲ୍ଲୀ ସରକାରଙ୍କ କଡା ନିର୍ଦ୍ଦେଶ !

ରାଜଧାନୀ ଦିଲ୍ଲୀକୁ ଘାରିଛି ପ୍ରଦୂଷଣ ଚିନ୍ତା : ଦିଲ୍ଲୀ ସରକାରଙ୍କ କଡା ନିର୍ଦ୍ଦେଶ !


ଦିଲ୍ଲୀ : ଆଗକୁ ଅଛି ବଡ଼ଦିନ ଓ ନୂଆ ବର୍ଷ ସେଥିଲାଗି ଜନତାଙ୍କ ମଧ୍ୟରେ ରହିଛି ଉତ୍କଣ୍ଠା । କେବେ ଆସିକି ପହଞ୍ଚିବ ସେହି ଦିନ ଗୁଡିକ କାରଣ ନାଚ ଗୀତ ସାଙ୍ଗକୁ ବାଣ ଫୁଟଇ ସେଲିବ୍ରେଟ କରାଯିବ ଏହି ଦିନ ଗୁଡିକୁ । ଏହି ବାଣ ଫୁଟା ଯୋଗୁ ବାୟୁମଣ୍ଡଳ ପ୍ରଦୂଷିତ ହେବାରୁ ଦିଲ୍ଲୀ ସରକାର ବାଣ ଫୁଟାକୁ ବାରଣ କରି ଏକ କଡା ନିର୍ଦ୍ଦେଶ ଜାରି କରିଛନ୍ତି । କାରଣ ରାଜଧାନୀ ଦିଲ୍ଲୀରେ ଦିନକୁ ଦିନ ବାୟୁ ପ୍ରଦ୍ୟୁଷଣ ବଢିବାରେ ଲାଗିଛି । ଏଥିଲାଗି ଡିଏମଙ୍କ ନିର୍ଦ୍ଦେଶରେ ସମସ୍ତ ଥାନାକୁ ଚିଠି ଲେଖି କଡ଼ା ନଜର ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ନିୟମ ଉଲଂଘନ କଲେ ଜେଲଦଣ୍ଡ ଦିଆଯିବ ବୋଲି ଏହି ଚିଠିରେ ଉଲ୍ଲେଖ କରାଯାଇଛି । ଦିଲ୍ଲୀରେ ବାୟୁ ପ୍ରଦୁଷଣ ବୃଦ୍ଧି ପାଉଥିବାରୁ ଏହି ନିର୍ଦ୍ଦେଶ ଜାରି କରାଯାଇଛି । ସୁପ୍ରମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାଇ ଏନସିଆରରେ କେବଳ ସବୁଜ ବାଣ ଫୁଟାଇ ପାରିବେ । ଏଥିଲାଗି ମଧ୍ୟ ସମୟ ସୀମା ନିର୍ଦ୍ଦାରଣ କରାଯାଇଛି ।