Home ରାଜ୍ୟ ରାଉରକେଲା ରାଜନୈତିକ ପଶାପାଲିରେ ବାଜି ମାରି ଦେବ କି ‘ ମୁକ୍ତି କାର୍ଡ’ !

ରାଉରକେଲା ରାଜନୈତିକ ପଶାପାଲିରେ ବାଜି ମାରି ଦେବ କି ‘ ମୁକ୍ତି କାର୍ଡ’ !

ରାଉରକେଲା ରାଜନୀତି ମୁକ୍ତିକାନ୍ତଙ୍କୁ ନେଇ ସରଗରମ ହେଇ ଯାଇଛି । ପ୍ରତିଦିନ ଦିଲ୍ଲୀରୁ କିଛି ନୂଆ ଖବର ମାମଲା କୁ ଆହୁରି ରୋଚକ କରିଦେଉଛି। ଶେଷରେ ମୁକ୍ତିକାନ୍ତ ବିଶ୍ୱାଳ ରାଉରକେଲାର ସ୍ୱାର୍ଥ ପାଇଁ ଦିଲ୍ଲୀରେ ଲଢେଇ କରୁଥିବା ନିଜ ଅନଶନ ଭାଙ୍ଗିଛନ୍ତି । ଗୁରୁ ବାବା ବଳିଆ ମୁକ୍ତିକାନ୍ତଙ୍କୁ ଫଳରସ ଖୁଆଇ ଅନଶନ ଭଙ୍ଗ କରାଇଥିଲେ । ରବିବାରଠାରୁ ମୁକ୍ତିକାନ୍ତ ଦିଲ୍ଲୀ ଯନ୍ତରମନ୍ତରରେ ଅନଶନରେ ବସିଥିଲେ ।
ଉଳ୍ଲେଖଯୋଗ୍ୟ ସାଧାରଣ ନିର୍ବାଚନ ପୂର୍ବରୁ ଓ ପରେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଉରକେଲା ଠାରେ ଜନସଭାରେ ପ୍ରତିଶ୍ରୁତି ଦେଇଥିଲେ ଯେ, ଖୁବ୍ କମ୍ ସମୟ ମଧ୍ୟରେ ବ୍ରାହ୍ମଣୀ ନଦୀ ଉପରେ ଦ୍ୱିତୀୟ ସେତୁ ଓ ଆଇଜିଏଚ୍କୁ ସୁପର ସ୍ପେସାଲିଟି ହସ୍ପିଟାଲ ଓ ମେଡିକାଲ କଲେଜ କରିବା ପାଇଁ ଘୋଷଣା କରିଥିଲେ । ଦୀର୍ଘ ୪ ବର୍ଷ ବିତି ଯାଇଲେ ମଧ୍ୟ ପ୍ରଧାନମନ୍ତ୍ରୀ ସରକାର ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରିଲେ ନାହିଁ ।ରାଉରକେଲାରୁ ପାଦରେ ଚାଲି ଚାଲି ଦିଲ୍ଲୀରେ ପହଁଚିଥିବା ମୁକ୍ତିକାନ୍ତ ବିଶ୍ୱାଳ । ବ୍ରାହ୍ମଣୀ ପୋଲ ଓ ରାଉରକେଲା ଆଇଜିଏଚ୍ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦେଖା କରିବାକୁ ଅଡି ବସିଛନ୍ତି ମୁକ୍ତିକାନ୍ତ । ଏପଟେ ମୁକ୍ତିକାନ୍ତଙ୍କ ପାଇଁ ପ୍ରଥମ ଥର ସାମ୍ନାକୁ ଆସିଛି ବିଜେଡି ।

ବିଜେଡି ମୁଖପାତ୍ର କହିଛନ୍ତି, ଯଦି ତାଙ୍କର ସ୍ୱାସ୍ଥ୍ୟବସ୍ଥାରେ ଅବନତି ଘଟେ, ସେଥିପାଇଁ ବିଜେପି ଦାୟୀ ରହିବ । କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କୁ ଭେଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିବା ପାଇଁ ସହାୟତା କରିବାକୁ ଅନୁରୋଧ କରିଥିଲେ। ତେବେ ତାଙ୍କୁ ଜୁଏଲ ମଧ୍ୟ ନିରାଶ କରିଥିଲେ ।ବାସ ତା ପରେ ଆରମ୍ଭ ହେଇଗଲା ବୟାନବାଜି । ସେହିପରି ବିଜେପି ବିଧାୟକ ଦିଲ୍ଲୀପ ରାୟ ମଧ୍ୟ ସୋସିଆଲ ମିଡିଆରେ ମୁକ୍ତିକାନ୍ତଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି । ।ଏହାଛଡ଼ା ମୁକ୍ତିକାନ୍ତଙ୍କୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ମଧ୍ୟ ସମର୍ଥନ କରିଛନ୍ତି ।
ଏବେ ଦେଖିବାକୁ ହେବଅନଶନ ଭାଙ୍ଗିବା ପରେରାଉରକେଲା ରାଜନୀତିରେ ମୁକ୍ତି କାର୍ଡ କାହାକୁ ଫାଂହିଦ ଦେବ। ୨୦୧୯ ରେ ହେବାକୁ ଥିବା ନିର୍ବାଚନ ରେ ମୁଖ୍ୟ କେନ୍ଦ୍ରବିନ୍ଧୁ ରେ କିଏ ଓ କେଉଁ ବିଷୟବସ୍ତୁ ରହିବ, ତାହା ଏହି ରାଜନୀତି ଖେଳରୁ ଜଣାପଡିଯିବ ।