Home ରାଜ୍ୟ ମୋହନଗିରି ଅଂଚଳରେ ଲାଗିଲା ମାଓ ପୋଷ୍ଟର, ସ୍ଥାନୀୟ ଅଂଚଳରେ ଭୟର ବାତାବରଣ !

ମୋହନଗିରି ଅଂଚଳରେ ଲାଗିଲା ମାଓ ପୋଷ୍ଟର, ସ୍ଥାନୀୟ ଅଂଚଳରେ ଭୟର ବାତାବରଣ !

268

କଳାହାଣ୍ଡି: ପୁଣି ମାଓବାଦୀ ଲାଗାଇଲେ ମାଓ ପୋଷ୍ଟର । ତେବେ କଳାହାଣ୍ଡି ଜିଲ୍ଲା ଏମ.ରାମପୁର ବ୍ଲକ ମୋହନଗିରି ଅଂଚଳର ବିଭିନ୍ନ ସ୍ଥାନରେ ମାଓବାଦୀମାନେ ମାଓ ପୋଷ୍ଟର ଲଗେଇଥିବା ଦେଖିବାକୁ ମିଳିଛି । ଏହି ପୋଷ୍ଟରରେ ଅଲଗା ଅଲଗା ଲେଖା ହୋଇଛି । ତେବେ ଏହି ପୋଷ୍ଟରରେ ଉଲ୍ଲେଖ ରହିଛି ଯେ, ସାତକୋଶିଆ ବାଘୁଣୀ ସୁନ୍ଦରୀ ଯେଉଁ ନିରୀହ ଲୋକଙ୍କୁ ଆକ୍ରମଣ କରିଥିଲା ସେଇ ଲୋକଙ୍କ ପରିବାରକୁ କ୍ଷତି ପୂରଣ ଦିଆଯାଉ । ତାହାସହିତ ଜମି, ଜଙ୍ଗଲ ଓ ଜୀବନ ଜୀବିକାର ସୁରକ୍ଷା ପାଇଁ ସଂଘଠିତ ହୋଇ ପ୍ରତିରୋଧ କରିବା ଏବଂ ବିଜେଡି ସରକାର ଓ ବନ ବିଭାଗର ବେପରୁଆ କାର‌୍ୟ୍ୟକୁ ବନବାସୀ ମାନେ ବିରୋଧ କରିବାକୁ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ତଥା ମାଓବାଦୀ ଓଡିଶା ରାଜ୍ୟ କମିଟି ପକ୍ଷରୁ ଏକ ପୋଷ୍ଟର ଲଗାଯାଇଛି ।
ସେପଟେ ଆଉ ଏକ ପୋଷ୍ଟରରେ ଲେଖାହୋଇଛି ଡିସେମ୍ବର ଦୁଇ ରୁ ୮ ପର‌୍ୟ୍ୟନ୍ତ ଜାନମୁକ୍ତି ଛାପାମାରା ସେନା ର ପିଏଲଜି ସପ୍ତାହକୁ ଧୁମ ଧାମରେ ପାଳନ କରିବାକୁ କୁହାଯାଇଛି । ଏବଂ କେ.କେ.ବି.ଏନ ଡିଭିଜନ ବନ୍ଦକୁ ସଫଳ କରିବା ପାଇଁ ଆହ୍ୱାନ ଦେଇଛନ୍ତି । ଅନ୍ୟପଟେ ମୋହନଗିରି ଉଜଚୠ କ୍ୟାମ୍ପଠାରୁ ୧କିଲୋମିଟର ଦୂରତା ମଧ୍ୟରେ ଏହି ପୋଷ୍ଟର ଗୁଡିକ ଲାଗିଥିବାରୁ ସ୍ଥାନୀୟ ଅଂଚଳରେ ଭୟର ବାତାବରଣ ଖେଳି ଯାଇଛି । ସେପଟେ ଖବର ପାଇ ପୋଲିସ ପକ୍ଷରୁ ପୋଷ୍ଟର ଗୁଡିକ ହଟାଇ ଦିଆଯାଇଥିବା ଜଣାପଡିଛି ।