Home ରାଜ୍ୟ ମୋଦିଙ୍କ ଜନମାରଣ ନୀତି ବିରୋଧରେ ଉଗ୍ର ହେଲା ଶ୍ରମିକ ଆନ୍ଦୋଳନ ; ଦ୍ୱିତୀୟ ଦିନରେ ଦେଶକୁ...

ମୋଦିଙ୍କ ଜନମାରଣ ନୀତି ବିରୋଧରେ ଉଗ୍ର ହେଲା ଶ୍ରମିକ ଆନ୍ଦୋଳନ ; ଦ୍ୱିତୀୟ ଦିନରେ ଦେଶକୁ ଅକାମୀ କରିଦେଲେ ଶ୍ରମିକ !


ଭୁବନେଶ୍ୱର : ଦେଶକୁ ଅକାମୀ କରିଦେଲା ଶ୍ରମିକ । କେନ୍ଦ୍ର ସରକାରଙ୍କ ଶ୍ରମିକମାରଣ ନୀତିକୁ ନେଇ ସାରା ଦେଶରେ ଶ୍ରମିକ ଆନ୍ଦୋଳନର ଆଜି ଦ୍ୱିତୀୟ ଦିନ । କେନ୍ଦ୍ର ସରକାରଙ୍କ ଶ୍ରମିକ ସଂଶୋଧନ ବିଲ ତଥା ଭିନ୍ନ ସମୟରେ ଶ୍ରମିକମାରଣ ନୀତି ବିରୋଧିରେ ଦେଶର ୧୦ଟି ଶ୍ରମିକ ସଂଗଠନର ପ୍ରାୟ ୩୦କୋଟିରୁ ଅଧିକ ଶ୍ରମିକ ଆନ୍ଦୋଳନରେ ସାମିଲ ହୋଇଛନ୍ତି । ଦେଶର ବିଜେପି , ଏନଡ଼ିଏ ବିରୋଧିରେ ଦେଶର ପ୍ରାୟ ସମସ୍ତ ଆଂଚଳିକ ଦଳର ଶ୍ରମିକ ସଂଗଠନ ଏହି ଆନ୍ଦୋଳନରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି । ଏହି ଆନ୍ଦୋଳନକୁ ଦେଶର ଟେଲିକମ୍ ସଂସ୍ଥା , ବ୍ୟାଙ୍କ, ବିମା,ଖଣି, ଖାଦାନ, ବିଦ୍ୟୁତ୍ କର୍ମଚାରୀ, ଶିକ୍ଷା ଓ ସ୍ୱାସ୍ଥ୍ୟ ବିଭାଗରେ କାର‌୍ୟ୍ୟରତ ଶ୍ରମିକ ସାମିଲ ହୋଇଥିବା ବେଳେ, ବିଶେଷକରି ଦେଶର ପ୍ରମୁଖ ଶ୍ରମିକ ସଂଗଠନ ଏଆଇସିୟୁଟିସି, ସିଆଇଟିୟୁ, ଏଚଏମଏସ, ଏଆଇୟୁଟିୟୁସି,ଟିୟୁସିସି, ଏଆସିସିଟିୟୁ ସଂଗଠନ ସକ୍ରିୟ ଭାବେ ସାମିଲ ହୋଇ ଆନ୍ଦୋଳନକୁ ସଫଳ କରିଛନ୍ତି ।
୧୨ ଦଫା ଦାବିରେ ଦେଶର ପ୍ରମୁଖ୍ୟ ଟ୍ରେଡ଼ ଯୁନୟନ୍ ସଙ୍ଗଠନ , କେନ୍ଦ୍ର ସରକାରଙ୍କ ଶ୍ରମିକମାରଣ ନୀତି ବିରୋଧରେ ୨ ଦିନ ବନ୍ଦ ଡ଼ାକରା ଦେଇଥିବା ବେଳେ ଆଜି ପ୍ରଥମ ଦିନରେ ଦେଶକୁ ଅକାମୀ କରିଛି ଶ୍ରମିକ । ବାରମ୍ବାର ଶ୍ରମିକ ମାରଣ ନୀତି ଅପଣାଇବା ସୀମା ଲାଙ୍ଘିଛି । ସାଧାରଣ ଶ୍ରମିକ, ଖଟିଖିଆ ମଣିଷ, ଠିକା କର୍ମଚାରୀ ବଂଚିବା ଦୁର୍ବିଶ ହୋଇଛି । ଯାହାର ପରିଣାମ ଆଜି ଦେଶରେ ଭୟଙ୍କର ରୂପନେଇଛି । ଦେଶର ମାଲିକ ଓ କମ୍ପାନୀ ସ୍ୱାର୍ଥରେ ଶ୍ରମ ଆଇନ ସଂଶୋଧନ କରିବା ଦାବି ତଥା ପ୍ରୋଟୋଲ, ଡ଼ିଜେଲ, ରନ୍ଧନ ଗ୍ୟାସ୍ର ମୂଲ୍ୟ ବୃଦ୍ଧି ତଥା ନିତ୍ୟ ବ୍ୟବହାର‌୍ୟ୍ୟ ଜିନିଷର ଦରଦାମ ବୃଦ୍ଧି ଯାହା ସାଧାରଣ ମଣିଷ ବଂଚିବା କଷ୍ଟକର ହୋଇଛି । ଏହିସମୟରେ ସମସ୍ତ ସରକାରୀ କର୍ମଚାରୀଙ୍କ ଦରମା ଦୁଇଗୁଣିତ ହୋଇଥିବା ବେଳେ କୃଷକ, ଶ୍ରମିକ,ଠିକା କର୍ମଚାରୀଙ୍କ ପ୍ରତି ସରକାର ଉଦାର ନୀତି ଅପଣାଇଛନ୍ତି । ଯାହା ସାଧାରଣ ମଣିଷକୁ ଆନ୍ଦୋଳନକୁ ଓଲ୍ଲାଇବାକୁ ବାଧ୍ୟ କରିଛି । ଏହା ସହ ଶ୍ରମିକଙ୍କୁ ମାସିକ ୧୮ ହଜାର ଓ ୬ ହଜାର ପେନ୍ସନ୍ ଦାବି ଉଠାଇଛି ଶ୍ରମିକ ସଂଗଠନ । ତେବେ ସ୍ଥାଇ ସଂସ୍ଥାରେ ଠିକାକର୍ମଚାରୀ ବନ୍ଦ କରିବା ଓ ଶିକ୍ଷା ସ୍ୱାସ୍ଥ୍ୟ ବିମା ଓ ସେବା କ୍ଷେତ୍ରରେ ଖାଲି ପଡ଼ିଥିବା ପଦବିକୁ ତୁରନ୍ତ ପୂରଣ କରିବା ଦାବିରେ ଆନ୍ଦୋଳନକୁ ଓଲ୍ଲାଇଛି ଶ୍ରମିକ । ଏତିକିରେ ସରିନାହିଁ ଦାବି ସରକାର ଘରୋଇକରଣ ବନ୍ଦ କରିବା ସହ ପବ୍ଲିକ୍ ସେକ୍ଟର ଉଦ୍ୟଗରୁ ପୁଞ୍ଜିପ୍ରତ୍ୟାହାର ବନ୍ଦ କରିବା ଓ ବିମା ବ୍ୟାଙ୍କ ରେଳ, ଓ ଖୁଚୁରା ବ୍ୟବସାୟରେ ବିଦେଶୀ ପୁଞ୍ଜି ନିବେଶ ସରକାରଙ୍କ ନିଷ୍ପତି ଗରୀବ ଭୋକିଲା ପେଟକୁ ନାତ ମାରିବା ସଦୃଶ୍ୟ ହୋଇଛି । ଏହାସହ ସରକାରୀ ଯୋଜନାରେ ନିୟୋଜିତ ତଥା ବିଦ୍ୟାଳୟରେ ମଧ୍ୟାନ୍ନ ଭୋଜନରେ ନିୟୋଜିତ କର୍ମଚାରୀ, ପାଚିକା ସହାୟିକା, ଆଶା କର୍ମୀ, ଅଙ୍ଗନୱାଡ଼ି କର୍ମଚାରୀଙ୍କ ଦରମା ମାସିକ ୧୮ ହଜାର ଦାବି ଉଠାଇଛି ଶ୍ରମିକ ।
ଏହି ଆନ୍ଦୋଳନର ପ୍ରଭାବରେ ସାରା ଦେଶକୁ ଶ୍ରମିକ ଅକାମୀ କରିଦେଇଥିବା ବେଳେ ଆମ ରାଜ୍ୟରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବ୍ୟାଙ୍କ ବିମା ଗାଡ଼ିଚଳାଚଳ, ଗମନାଗମନ ଠପ୍ ହୋଇଯାଇଛି । ଆନ୍ଦୋଳନ ଫଳରେ ରାଜ୍ୟର ସମସ୍ତ ଖଣି ଖାଦାନ ଠପ୍ ହେବାସହ ହଜାର ହଜାର କୋଟି ରାଜସ୍ୱ ହରାଇଛି ରାଜକୋଷ ।
ଅନ୍ୟପଟେ ଦେଶର ସମସ୍ତ ସେବା ମୂଳକ କର୍ମଚାରୀ ଆନ୍ଦୋଳନରେ ସାମିଲ ହୋଇଥିବା ବେଳେ ବ୍ୟାଙ୍କ ଅଫ ବରୋଦା , ଦିନା ବ୍ୟାଙ୍କ ଓ ବିଜୟା ବ୍ୟାଙ୍କ କର୍ମଚାରୀ ଏହି ଆନ୍ଦୋଳନରେ ସାମିଲ ହୋଇନଥିବା ଜଣାପଡ଼ିଛି ।