Home ଖେଳ ମେଲବର୍ଣ୍ଣରେ ବିରାଟ ବାହିନୀଙ୍କ ବିଜୟ ।

ମେଲବର୍ଣ୍ଣରେ ବିରାଟ ବାହିନୀଙ୍କ ବିଜୟ ।


ଭୁବନେଶ୍ୱର : ଅଷ୍ଟ୍ରେଲିଆର ମେଲବର୍ଣ୍ଣରେ ୩ୟ ଟେଷ୍ଟ ମ୍ୟାଚରେ ଭାରତର ବିଜୟ । ବିରାଟ ବାହିନୀ କଙ୍ଗାରୁ ଦଳକୁ ୧୩୭ ରନରେ ପରାସ୍ତ କରିଛି । ଏହି ବିଜୟ ସହ ଭାରତ ୪ଟିକିଆ ଟେଷ୍ଟ ସିରିଜରେ ୨-୧ରେ ଆଗୁଆ ରହିଛି । ସବୁଠାରୁ ବଡ଼କଥା ହେଲା ଏହି ବିଜୟ ସହ ଭାରତ ୧୫୦ତମ ଟେଷ୍ଟ ମ୍ୟାଚ ବିଜୟୀ ହୋଇଛି । ଏହି ମ୍ୟାଚ୍ରେ ଯଶପ୍ରୀତ୍ ବୁମରା ୯ଟି ୱିକେଟ୍ ନେଇଥିବା ବେଳେ ରବୀନ୍ଦ୍ର ଜାଡେଜା ୫ଟି, ଈଶାନ୍ତ ଶର୍ମା ଓ ମହମ୍ମଦ ଶାମୀ ୩ଟି ଲେଖାଏ ୱିକେଟ୍ ନେଇଥିଲେ।ଏବଂ ବୁମରାଙ୍କୁ ମ୍ୟାନ୍ ଅଫ ଦ ମ୍ୟାଚ ଘୋଷଣା କରାଯାଇଛି । ସେହିପରି ଚେତେଶ୍ୱର ପୂଜାରା ୧୦୬ ରନ୍ କରିଥିବା ବେଳେ ଅଧିନାୟକ ବିରାଟ କୋହଲି ୮୨, ରୋହିତ ଶର୍ମା ୬୩ ଓ ନବାଗତ ମୟଙ୍କ ଅଗ୍ରୱାଲ୍ ୭୬ ରନ୍ କରିଥିଲେ। ତେବେ ଆଗାମି ୪ର୍ଥ ମ୍ୟାଚ ଥଥା ଶେଷ ମ୍ୟାଚ ଜାନୁୟାରୀ ୩ତରିଖରେ ଖେଳାଯିବ ।