Home ଦେଶ- ବିଦେଶ ମୁମ୍ବାଇ ଇଏସଆଇସି କାମଗାର ହସ୍ପିଟାଲ ଅଗ୍ନିକାଣ୍ଡ ଘଟଣାରେ ବଢୁଛି ମୃତ୍ୟୁ ସଂଖ୍ୟା : ୮ ମୃତ,୧୪୭...

ମୁମ୍ବାଇ ଇଏସଆଇସି କାମଗାର ହସ୍ପିଟାଲ ଅଗ୍ନିକାଣ୍ଡ ଘଟଣାରେ ବଢୁଛି ମୃତ୍ୟୁ ସଂଖ୍ୟା : ୮ ମୃତ,୧୪୭ ଆହାତ !

ମୁମ୍ବାଇ ; ମୁମ୍ବାଇ ଅନ୍ଧେରୀ ସ୍ଥିତ ଇଏସଆଇସି କାମଗାର ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟଣାରେ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଗତକାଲି ବିଳମ୍ବିତ ରାତିରେ ହସ୍ପିଟାଲରେ ହୋଇଥିବା ଭୟାବହ ଅଗ୍ନିକାଣ୍ଡରେ ୮ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୪୭ ଜଣ ଆହାତ ହୋଇଛନ୍ତି । ଆହତଙ୍କୁ ମୁମ୍ବାଇର ଭିନ୍ନ ଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ଚିକିତ୍ସାଧୀନ ଅବସ୍ଥାରେ କପର ହସ୍ପିଟାଲରେ ୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ସେଭେନ୍ ହିଲ୍ସ ହସ୍ପିଟାଲରେ ୩ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଏକ ଛଅମାସର ଶିଶୁ ମଧ୍ୟ ରହିଛି । ତେବେ କେନ୍ଦ୍ର ସରକାରଙ୍କ ତରଫରୁ ମୃତକଙ୍କ ପରିବାରକୁ ୧୦ଲକ୍ଷର ସହାୟତା ରାଶି ପ୍ରଦାନ କରିବାକୁ ଘୋଷଣା କରାଯାଇଛି । ଅନ୍ୟପଟେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବାବେଳେ ଗୁଇନ୍ଦା ବିଭାଗର ତଦନ୍ତ ଜାରି ରହିଛି ।