Home ରାଜ୍ୟ ମୁଖ୍ୟମନ୍ତ୍ରୀ ମିଶନ ଶକ୍ତି ମହାସମାବେଶରେ ମହିଳାଙ୍କ ମନକଥା ଶୁଣିଲେ !

ମୁଖ୍ୟମନ୍ତ୍ରୀ ମିଶନ ଶକ୍ତି ମହାସମାବେଶରେ ମହିଳାଙ୍କ ମନକଥା ଶୁଣିଲେ !


ଭୁବନେଶ୍ୱର : ପୁରୀ ତାଳବଣିଆ ସ୍ଥିତ ସ୍ପୋଷ୍ଟର୍ସ କମ୍ପେଲକ୍ସ ଇନହୋର ହଲରେ ମିାନ ମାହାସମାବେଶ ଅନୁଷ୍ଠିତ ହୋଇଯାଇଛି । ପ୍ରାୟ ୨୯ହଜାର ସ୍ୱୟଂ ସହାୟକ ଗୋଷ୍ଠିର ୬୦ହଜାର ମହିଳା ଏହି ଅବସରରେ ସାମିଲ ହୋଇଛନ୍ତି । ଏହି ଅବସରରେ ସାମିଲ ହୋଇଥିବା ମହୀଳାଙ୍କ ମନକଥା ଦୀର୍ଘ ସମୟ ଧରି ମୁଖ୍ୟମନ୍ତ୍ରୀ ଶୁଣିଥିଲେ । । ବିଶେଷ କରି ଏସଏଚଜି ଗ୍ରୁପ ମହିଳାମାନଙ୍କ କଥା ଶୁଣି ସେମାନଙ୍କୁ ନୂଆ ବର୍ଷର ନୂଆ ଭେଟି ଦେଇଛନ୍ତି ନବୀନ ପଟ୍ଟନାୟକ । ଏହି ସମାବେଶରେ ମୁଖ୍ୟମନ୍ତ୍ରୀ ପ୍ରତି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୧୫ ହଜାର ଟଙ୍କାର ସିଡ୍ ମନି ପ୍ରଦାନ କରିଛନ୍ତି । ସେହିପରି ପ୍ରତି ବ୍ଲକ ସ୍ତରୀୟ ମହାସଂଘ ପାଇଁ ୨୫ ଲକ୍ଷ ଟଙ୍କାର ସହାୟତା ପାଣ୍ଠି ଯୋଗାଇ ଦେବାକୁ ଘୋଷଣା କରିଛନ୍ତି ନବୀନ । ଏହା ସହ ଡିଜିଟାଲ ସଶକ୍ତିକରଣ ନିମନ୍ତେ ପ୍ରତି ଗୋଷ୍ଠୀକୁ ୩ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା କରିଛନ୍ତି।