Home ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି !

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି !


ଭୁବନେଶ୍ୱର : ହକି ବିଶ୍ୱକପର ଉଦଘାଟନୀ ଠାରୁ ଅରମ୍ଭ କରି ଉଦଯାପତୀ ପର୍ଯ୍ୟନ୍ତ କାର୍ଯ୍ୟ ସବୁ ଭଲରେ ଭଲରେ ହୋଇଗଲା । ତା’ପରେ ଅରମ୍ଭ ହୋଇଯାଇଛି ପ୍ରଂଶସାର ସମୟ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରତ୍ୟକ ଜାଗାରୁ ପ୍ରଂଶସାର ଶୁଅ ଛୁଟୁଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଶୁବେଚ୍ଛା ଜଣାଇଛନ୍ତି । ତାହା ସହିତ ଟ୍ୱିଟ୍ କରି ବିଶ୍ୱବିଜେତା ବେଲଜିୟମ ଓ ରନର୍ସ ଅପ ନେଦରଲାଣ୍ଡକୁ ଶୁଭେଚ୍ଛ ଜଣାଇଛନ୍ତି । ଏହି ହକି ବିଶ୍ୱକପର ସଫଳ ଆୟୋଜନ ପାଇଁ ରାଜ୍ୟବାସୀ ଓ ଓଡିଶା ସରକାରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ଖେଳାଳିଙ୍କୁ ଯେଉଁଭଳି ଭାବେ ଆତିଥେୟତା ଦିଆଯାଇଛି ସେଥିପାଇଁ ମଧ୍ୟ ନବୀନ ସରକାରକୁ ପ୍ରଂଶସା କରିଛନ୍ତି ପ୍ରଧାନମନ୍ତ୍ରୀ । ଏପରିକି ହକି ବିଶ୍ୱକପକୁ ସଫଳ କରିବା ପାଇଁ ପରିଶ୍ରମ କରିଥିବା ପ୍ରତିଟି ବ୍ୟକ୍ତି ବିଶେଷଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୋଦି । ଏବଂ ହକି ବିଶ୍ୱକପରେ ଯୋଗ ଦେଇଥିବା ପ୍ରତ୍ୟେକ ବ୍ୟକ୍ତି ବିଶେଷ ପୂର୍ବରୁ ହକି ବିଶ୍ୱକପର ସଫଳ ଆୟୋଜନ ପାଇଁ ନବୀନଙ୍କୁ ପ୍ରଂଶସାରେ ପୋତି ପକାଇଛନ୍ତି ।