Home ରାଜ୍ୟ ମିଳିମିଶି ମଦ ପିଇଲେ; ସାମାନ୍ୟ ବଚସାରୁ ଟାଙ୍ଗିଆରେ ନିର୍ମମ ଭାବେ ହାଣିଲେ, ଜଣେ ମୃତ !

ମିଳିମିଶି ମଦ ପିଇଲେ; ସାମାନ୍ୟ ବଚସାରୁ ଟାଙ୍ଗିଆରେ ନିର୍ମମ ଭାବେ ହାଣିଲେ, ଜଣେ ମୃତ !

ଗଞ୍ଜାମ : ପୁଣି ମଦ ନେଲା ଜୀବନ । ପ୍ରଥମେ ମିଳିମିଶି ମଦ ପିଇଲେ ସାମାନ୍ୟ ବଚସାରୁ ହେଲା ହଣାକଟା, ଜଣେ ମୃତ । ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଖବରାପଲି ଗାଁରେ ଏପରି ଛାତିଥରା ଘଟଣା ଘଟିଛି । ଗତକାଲି ରାତିରେ ଗାଁର ୩ ସାଙ୍ଗ ମିଳିମିଶି ମଦ ପିଇଲେ ଓ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଏଥିରେ ଗାଁର ସୁରିଆ ନାହାକ ନାମକ ବ୍ୟକ୍ତିଙ୍କୁ ଅନ୍ୟ ଦୁଇ ଜଣ ନିର୍ମମ ଭାବେ ଟାଙ୍ଗିଆରେ ହତ୍ୟା କରିଛନ୍ତି । ଖବର ପାଇଁ ପୋଲିସ ଘଟଣାସ୍ଥଳରେ ପହଂଚି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏହି ଘଟଣାରେ ସାରା ଗାଁରେ ଏକ ଭୟର ବାତାବରଣ ଲାଗି ରହିଛି ।