Home ରାଜ୍ୟ ମାଆ ଝିଅ ଉପରେ ମାଡ଼ାଇ ଦେଲା ବେପାରୁଆ ଟ୍ରକ ଚାଳକ; ମାଆ ମୃତ, ଝିଅ ଗୁରୁତର...

ମାଆ ଝିଅ ଉପରେ ମାଡ଼ାଇ ଦେଲା ବେପାରୁଆ ଟ୍ରକ ଚାଳକ; ମାଆ ମୃତ, ଝିଅ ଗୁରୁତର !


ବାଲେଶ୍ୱର: ସୋର ଖନ୍ତପଡ଼ା ଥାନା ଆରୁଆବାଡା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଆରୁଆବାଡା ଗାଁରୁ ବାଲେଶ୍ୱର ସ୍କୁଟି ଯୋଗେ ମାଆ ଓ ଝିଅ ଯାଉଥିବା ସମୟରେ ମଡ଼ାଇ ଦେଲା ବାଲି ବୋଝେଇ ଟ୍ରକ । ମାଆ ଜ୍ୟୋସ୍ନା ବେହେରାଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଝିଅ ସୌମ୍ୟା ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଚିକିତ୍ସିତ ହେଉଛି । ଯାହାକୁ ନେଇ ଉତକ୍ତ ଲୋକ ରାସ୍ତା ଅବରୋଧ କରିଛନ୍ତି । ପ୍ରଶାସନ ଓ ପୋଲିସ ପକ୍ଷରୁ ଉତକ୍ତ ଲୋକଙ୍କୁ ବୁଝାସୁଝା କରୁଛି ।