Home ରାଜ୍ୟ ମହୁଲି କିଣିବାକୁ ନେଇ ଭରତପୁରରେ ଗୋଷ୍ଠୀ ସଂଘର୍ଷ

ମହୁଲି କିଣିବାକୁ ନେଇ ଭରତପୁରରେ ଗୋଷ୍ଠୀ ସଂଘର୍ଷ

ଭୁବନେଶ୍ୱର : ମହୁଲି କିଣିବାକୁ ନେଇ ରାଜଧାନୀର ଖଣ୍ଡଗିରି ଥାନା ଭରତପୁର ବସ୍ତିରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ଦୁଇ ଗୋଷ୍ଠୀ ପରସ୍ପର ଟେକା ପଥର ମାଡ କରିଥିଲେ। ଏଥିରେ ଉଭୟ ଗୋଷ୍ଠୀର ୮ ଜଣ ଲୋକ ଆହତ ହୋଇଛନ୍ତି। ସେମାନଙ୍କୁ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ଖଣ୍ଡଗିରି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗଣ୍ଡଗୋଳକୁ ନିୟନ୍ତ୍ରଣ କରିଥିଲା। ଏହାସହ ୧୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ଅଟକ ରଖି ପଚରାଉଚରା କରୁଛି। ବସ୍ତିରେ ଉତ୍ତେଜନା ଲାଗିରହିଥିବାରୁ ୫ ପ୍ଲାଟୁନ ପୋଲିସ ଫୋର୍ସ ମୃତୟନ ରହିଛନ୍ତି।