ତାଳଚେର : କଲେଜ ଛାତ୍ରୀଙ୍କ ମଦ ପିଇବାର ଦୁଇଟି ପୃଥକ ଭିଡିଓ ମୋବାଇଲ୍‌ରୁ ମୋବାଇଲ୍‌ ଘୂରି ବୁଲୁଛି । ଏକ ଗଳି ରାସ୍ତାରେ ଜଣେ ଯୁବକ ବାଇକ୍‌ରେ ଛିଡ଼ା ହୋଇ ସମ୍ପୃକ୍ତ କଲେଜ ଛାତ୍ରୀମାନଙ୍କୁ ମଦ ପରଷି ଦେଉଛନ୍ତି । ଯୁବକ ଜଣଙ୍କ ତାଳଚେର ଅଞ୍ଚଳର ବୋଲି ଜଣାପଡ଼ିଛି ।  କିଛି କଲେଜ ପଢୁଥିବା ଛାତ୍ରୀ ମଦ ପିଇବା ଓ ଚାଖଣ ଖାଉଥିବାର ଭିଡିଓ ଭାଇରାଲ ହୋଇଛି। ଭିଡିଓରେ ଝିଅଙ୍କ ଗୋଟିଏ ହାତରେ ମଦ ବୋତଲ ଓ ଗୋଟିଏ ଚାଖଣ ଥିବାର ଦେଖିବାକୁ ମିଳିଛି । ୩ରୁ ୪ଜଣ କଲେଜ ଛାତ୍ରୀ ମଦ ପିଉଥିବାର ଭିଡିରେ ଦେଖିବାକୁ ମିଳିଛି । ତେବେ କଲେଜ ଛାତ୍ରୀମାନଙ୍କ ସହ ଜଣେ ଯୁବକ ଥିବାରେ ଦେଖିବାକୁ ମିଳିଛି । ଯୁବକ ଜଣଙ୍କ ଗ୍ଲାସରେ ମଦ ସାଙ୍ଗକୁ ଥଣ୍ଡାପାଣି ଢାଳି ଛାତ୍ରୀଙ୍କୁ ଧରାଇ ଦେଉଛନ୍ତି । ସମସ୍ତ ଛାତ୍ରୀମାନେ ଗୋଟିଏ ଧରଣର ୟୁନିଫର୍ମ୍‌ ପିନ୍ଧିଛନ୍ତି । ଯାହାକି କୌଣସି କଲେଜର ବୋଲି ଜଣାପଡିଛି । ତେବେ ସ୍ଥାନୀୟ ଅଞ୍ଚଳରେ ଭିଡିଓଟି ଖୁବ୍ ଭାଇରାଲ ହେଉଛି । ଏଭଳି ଖୁଲ୍‌ମଖୁଲା ମଦ ପିଇବାକୁ ସ୍ଥାନୀୟଲୋକ ଓ ବୁଦ୍ଧିଜୀବୀମାନେ ତୀବ୍ର ନିନ୍ଦା କରିଛନ୍ତି । କଲେଜ ଭିତରେ ନୁହେଁ ବରଂ କଲେଜ ବାହାରର ମଦ ପିଉଥିବାର ଅନୁମାନ କରାଯାଉଛି ।

ଜଣେ କେହି ସେମାନଙ୍କ ଅଜାଣତରେ ଏହି ମଦ ପିଇବା ସମୟର ଭିଡିଓକୁ ରେକର୍ଡ କରିଛି । ତେବେ ଏହି ଭିଡିଓଟି କେଉଁ ତାରିଖର ତାହା ଜଣାପଡ଼ିନଥିଲେ ମଧ୍ୟ ଭାଇରାଲ୍‌ ଭିଡ଼ିଓକୁ ନେଇ ବିଭିନ୍ନ ମହଲରୁ ସମାଲୋଚନା କରାଯାଇଛି ।