Home ରାଜ୍ୟ ମହାମେଂଟରେ ସାମିଲ ହେବ ନି ବିଜେଡି, ଏନଡ଼ିଏ ପାଇଁ ସଂଚୟ କଲେ କି ସମର୍ଥନ, ସଂରକ୍ଷଣ...

ମହାମେଂଟରେ ସାମିଲ ହେବ ନି ବିଜେଡି, ଏନଡ଼ିଏ ପାଇଁ ସଂଚୟ କଲେ କି ସମର୍ଥନ, ସଂରକ୍ଷଣ ବିଲରେ ସମର୍ଥନରୁ ମିଳିଲା ଆଭାସ !


ଭୁବନେଶ୍ୱର: ବଦଳିବ ସମଦ୍ୱରତାର ସମ୍ମୀକରଣ । ମହାମେଂଟରେ ସାମିଲ ହେବ ନି ବିଜେଡି । ଯେଉଁ ଚର୍ଚ୍ଚା ଆଲୋଚନା କିଛି ଦିନ ମାସ ହେବ ସାରା ଦେଶରେ ତୁମ୍ଭିତେଫାନ ଖେଲାଇଥିଲା ତାହାର ପୂର୍ଣ୍ଣଚ୍ଛେଦ୍ ଟାଣିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ନବୀନ ଗଣମାଧ୍ୟମ ନିକଟରେ ପ୍ରତିକ୍ରିୟା ରଖିଛନ୍ତି, ବିଜେଡି କଂଗ୍ରେସ ଓ ବିଜେପି ସହ ସଦାଶର୍ବଦା ସମଦ୍ୱରତା ରଖିଛି । ଦେଶରେ ସୃଷ୍ଟି ହେଉଥିବା ମହାମେଂଟରେ ବିଜେଡ଼ି ସାମିଲ ହେବ ନାହଁ । ଏପରିକି ଦେଶରେ କଂଗ୍ରେସ କରୁଥିବା ମହାମେଂଟକୁ ପ୍ରତ୍ୟାକ୍ଷାନା କରିବାସହ ଦେଶରେ ଅଂଚଳିକ ଦଳକୁ ନେଇ ମେଂଟ କରୁଥିବା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖରଙ୍କ ପ୍ରସ୍ତାବକୁ ମଧ୍ୟ ବଡ଼ ଝଟକା ଦେଇଛି । ଗତ କିଛି ଦିନ ପୂର୍ବରୁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଅଂଚଳିକ ଦଳକୁ ନେଇ ମେଂଟ ଲକ୍ଷରେ ନବୀନ ନିବାସରେ ରହଣି ପରେ ପଶ୍ଚିମବଙ୍ଗରେ ଦିଦି ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜିରିୱାଲଙ୍କୁ ସାକ୍ଷାତ କରି ମେଂଟ ହେଉଥିବା ନେଇ ଦେଶ ରାଜନୀତିରେ ଚର୍ଚ୍ଚା ହେଉଥିଲା । ଏହି ଚର୍ଚ୍ଚା ଆଲୋଚନାରେ ନବୀନ ପୂର୍ଣ୍ଣଚ୍ଛେଦ୍ ଟାଣିଛନ୍ତି । ଠିକ୍ ଏତିକି ବେଳେ ଦେଶର ବୁଦ୍ଧିଜୀବୀ ରାଜନିତିଜ୍ଞମାନଙ୍କ ମଧ୍ୟରେ କିଛି ପ୍ରଶ୍ନ ଉଙ୍କି ମାରିଛି ? ରାଜ୍ୟରେ ସମଦ୍ୱରତାର ସମ୍ମୀକରଣ ବଦଳିବା ନେଇ ଚର୍ଚ୍ଚା ଆରମ୍ଭ ହେଲାଣି । ନବୀନଙ୍କ ଏପରି ନିଷ୍ପତି ଏନଡ଼ିଏ ପାଇଁ ସଂଚୟ କଲେ କି ସମର୍ଥନ ? ଯେଉଁ ସମୟରେ ସାରା ଦେଶରେ ମୋଦି ବିରୋଧି ହାୱା ସୃଷ୍ଟି କରୁଛି ଶ୍ରମିକ ଛାତ୍ର ଓ ଯୁବକ । ଅନ୍ୟପଟେ ଗତ ୫ ରାଜ୍ୟର ହୋଇଥିବା ବିଧାନସଭା ନିର୍ବାଚନରେ ବିଜେପିର ପରାଜୟ ହୋଇଥିବା ବେଳେ ଜନମତ ମୋଦି ବିରୋଧି ସୃଷ୍ଟି କରିଛି । ଏହି ସମୟରେ ମୋଦିଙ୍କ ଆଶାବାଡ଼ି ସାଜିବ କି ବିଜେଡି ? କରଣ ଏପରି ଆଭାସ ମିଳିଛି, ଯେତେବେଳେ ସଂରକ୍ଷଣ କାର୍ଡ଼ ଖେଳିଲେ ମୋଦି ସେତେବେଳେ ନବୀନ ଲୋକସଭାରେ ଗତକାଲି ସମର୍ଥନ କରିଛନ୍ତି । ଯାହା ନବୀନ ଏନଡ଼ିଏର ନିକଟତର ହେଉଥିବା ସାଧାରଣରେ ଚର୍ଚ୍ଚା ହେଉଛି ।