Home ରାଜ୍ୟ ମହାପ୍ରଭୁଙ୍କୁ ଉପାସରେ ରଖିବା ପରେ ମଧ୍ୟ ବୁଝିନି ଅବୁଝା ମନ; ସମାଧାନ ପରେ ଅସଦାଚରଣ...

ମହାପ୍ରଭୁଙ୍କୁ ଉପାସରେ ରଖିବା ପରେ ମଧ୍ୟ ବୁଝିନି ଅବୁଝା ମନ; ସମାଧାନ ପରେ ଅସଦାଚରଣ ଅଭିଯୋଗ !


ପୁରୀ: ମହାପ୍ରଭୁଙ୍କୁ ଉପାସରେ ରଖିବା ପରେ ମନ ବୁଝିନି ଅବୁଝା ପୋଲିସ ବାବୁଙ୍କ । ଗତକାଲି ଦିନ ତମାମ୍ ଶ୍ରୀଜିଉ ଉପାସରେ ରହିଥିବା ବେଳେ ଭକ୍ତମାନେ ନାହି ନଥିବା ହରକତ୍ ହୋଇଥିଲେ । ଦୀର୍ଘ ୧୦ ଘଂଟା ପରେ ମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ମଧ୍ୟରେ ଅଲୋଚନା ପରେ ନିର୍ଷ୍କସ ବହାରିଲା ଓ ଖୋଲା ହେଲା ଶ୍ରୀମନ୍ଦିର ଦ୍ୱାର ଆଉ ଭକ୍ତମାନେ ମହାପ୍ରଭୁଙ୍କୁ ଅଧରାତି ପର୍ଯ୍ୟନ୍ତ ଦର୍ଶନ କଲେ । ଠିକ୍ ଏତିବେଳେ ମନ୍ଦିର ସୁରକ୍ଷା ଦ୍ୱାୟୀତ୍ୱରେ ଥିବା ପୋଲିସକୁ ନେଇ ସିଂହଦ୍ୱାର ଥାନାରେ ଆଉ ଏକ ଅଭିଯୋଗ ଆସିଛି । ବାହାରକାଠ ନିକଟରେ ଜଣେ ପୋଲିସ କର୍ମଚାରୀ ଜଣେ ନାବାଳିକାକୁ ଅସଦାଚରଣ କରିଥିବା ନାବାଳିକାଙ୍କ ବାପା ମାଆ ଅଭିଯୋଗ କରିଛନ୍ତି । ନାବାଳିକା ଜଣଙ୍କ କହିଛନ୍ତି, ବାହାରକାଠ ନିକଟରେ ଶ୍ରୀଜିଉଙ୍କୁ ଦର୍ଶନ କରୁଥିବା ବେଳେ ବ୍ଲାକ୍ ରଙ୍ଗର ଜ୍ୟାକେଟ୍ ପିନ୍ଧିଥିବା ଜଣେ ପୋଲିସ କର୍ମଚାରୀ ମୋତେ ଟଚ୍ କରିଥିଲେ । ମୁଁ ତାଙ୍କୁ ମାରିବା ସହ ପାଟି କରିବାରୁ ସେ ସେଠାରୁ ଖସି ପଳାଇଥିଲେ । ଏହାସହ ଯଦି ସେହି ଅସଭ୍ୟ କର୍ମଚାରୀଙ୍କୁ ମୁଁ ଦେଖେ ଚିହ୍ନି ପାରିବେ ବୋଲି ନାବଳାଳିକା କହିଛନ୍ତି । ଗତ ୨୫ ତାରିଖରେ ଗୁଣ୍ଡିଚା ମନ୍ଦିର ନିକଟରେ ଗୁଳି ଫଟିଥିବା ବେଳେ ୨୬ ତାରିଖରେ ଜଣେ ଭକ୍ତଙ୍କ ତଂଟି କଟା ଓ ୨୭ ତାରିଖରେ ପୋଲିସ ଓ ସେବାୟତ ମଧ୍ୟରେ ଝଗଡ଼ା ଯାହା ସାରା ରାଜ୍ୟରେ ତୁମ୍ଭିତୋଫାନ ଲାଗି ରହିଛି । ଏହା ଥମିବାର କିଛି ଘଂଟା ପରେ ପୁଣି ମନ୍ଦିର ସୁରକ୍ଷା କର୍ମଚାରୀ ନାମରେ ନାବାଳିକାଙ୍କ ୁ ଅସଦାଚରଣ ଅଭିଯୋଗ ଆସିଛି ।