Home ରାଜ୍ୟ ମର୍ମତୁଦ ସଡ଼କ ଦୁର୍ଘଟଣା : ୪ମୃତ, ୨ଗୁରୁତର ଆହତ !

ମର୍ମତୁଦ ସଡ଼କ ଦୁର୍ଘଟଣା : ୪ମୃତ, ୨ଗୁରୁତର ଆହତ !


ଭୁବନେଶ୍ୱର : ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ତୟାପୁଟରେ ଠାରେ ଘଟିଛି ମର୍ମତୁଦ ସଡକ ଦୁର୍ଘଟଣା । ଘଟଣା ସ୍ଥଳରେ ୪ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୨ଜଣ ଗୁରୁତର ଆହତ ହୋଇଛନ୍ତି । ସୂଚନା ମୁତାବକ ମୃତକମାନେ ହେଲେ ରବି ମାଝି, ନବୀନ ମାଝି,ନାବି ମାଝି ଓ ପପୁ ମୁଦୁଲି ଘର କାଶିପୁର, ମୁଣ୍ଡାଗୁଡ଼ା ଓ ଡେଙ୍ଗାଗୁଡ଼ା ଗାଁର । ଗତକାଲି ସେମାନେ ରାୟଗଡ଼ାଠାରେ ଅନୁଷ୍ଠିତ ଚଇତି ଉତ୍ସବ ଦେଖି ସାରି ବିଳମ୍ବ ରାତିରେ ଘରକୁ ଏକ ବୋଲେରୋରେ( ଓଡି ୦୨ ଏସ୍ ୯୨୪୩) ଫେରୁଥିବା ବେଳେ ଭାରସାମ୍ୟ ହରାଇ ବୋଲେରୋଟି ରାସ୍ତାକଡ଼ରେ ଥିବା ଏକ ଗଛରେ ପିଟି ହୋଇଯାଇଥିଲା । ତେବେ ଡ୍ରାଇଭରଙ୍କୁ ନିଦ ଲାଗିଯାଇଥିବା କାରଣରୁ ଦୁର୍ଘଟଣା ଘଙ୍କିଥିବା ଅନୁମାନ କରାଯାଉଛି । ଘଟଣାର ଖବର ପାଇ ନିଟସ୍ଥ ପୁଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କରି ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା।