Home ରାଜ୍ୟ ଭୟାବହ ଅଗ୍ନିକାଣ୍ଡ ; ୨୯ ଗୃହପାଳିତ ପଶୁ ଜୀବନ୍ତ ଦଗ୍ଧ , ଲକ୍ଷାଧିକ ଟଙ୍କାର ସମ୍ପତ୍ତି...

ଭୟାବହ ଅଗ୍ନିକାଣ୍ଡ ; ୨୯ ଗୃହପାଳିତ ପଶୁ ଜୀବନ୍ତ ଦଗ୍ଧ , ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ !


ଭଦ୍ରକ ; ଭଦ୍ରକ ଜିଲ୍ଲା ଭଣ୍ଡାରି ପୋଖରୀ ଥାନା ଜୁରାଗଡିଆ ଗାଁରେ ଭୟାବହ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ଦୁଇ ବଖରା ଘର ସହ,ଚାରି ଗୋଟି ଧାନ ଗଦା, ୪ ଗୋରୁ ଓ ୨୫ ରୁ ଅଧିକ ଛେଳି ଜୀବନ୍ତ ଦଗ୍ଧ । ସୂଚନାନୁସାରେ , ଗତକାଲି ବିଳମ୍ବିତ ରାତିରେ ଗ୍ରାମର ଅମରେନ୍ଦ୍ର ପାଲଙ୍କ ଘରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା । ନିଆଁ ଲାଗିଥିବା ଦେଖି ଗାଁ ଲୋକେ ଅଗ୍ନିଶମ ବିଭାଗକୁ ଫୋନ କରିଥିଲେ ।ଅଗ୍ନିଶମ ବିଭାଗ ପହଞ୍ôଚ ନିଆଁକୁ ଆୟତ୍ତ କରିଥିଲା । କିନ୍ତୁ ନିଆଁକୁ ଆୟତ୍ତ କରିବାରେ ବିଳମ୍ବ ହେତୁ ବହୁ ସଂଖ୍ୟକ ଗୃହପାଳିତ ପଶୁ ଜୀବନ୍ତ ଦଗ୍ଧ ହେବା ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି ।