Home ରାଜ୍ୟ ଭୁବନ ଛିଡ଼ିଲାନି ଭାଗ ବାଂଟ; ଠିକାଦାରଙ୍କ ବେଆଇନ ପଥର ବ୍ଲାଷ୍ଟିକ ବେଳେ ଅଚାନକ ରେଡ୍ କଲେ...

ଭୁବନ ଛିଡ଼ିଲାନି ଭାଗ ବାଂଟ; ଠିକାଦାରଙ୍କ ବେଆଇନ ପଥର ବ୍ଲାଷ୍ଟିକ ବେଳେ ଅଚାନକ ରେଡ୍ କଲେ ତହସିଲଦାର !


ଢେଙ୍କାନାଳ: ଭୁବନ ତହସିଲଭାରତୀ ପାହାଡ଼ରୁ ବେଆଇନ ଭାବେ ପଥର ଚୋରା ଚାଲାଣ ହେଉଥିବା ବେଳେ ରେଡ୍ କଲା ପ୍ରଶାସନ । ଭାରତୀ ପାହାଡ଼ ତଳ ସ୍ଥାନରୁ ରେଙ୍ଗାଳି ବାମ କେନାଲ ଠିକାଦାର ବେଆଇନ ଭାବେ ପଥର ବ୍ଲାଷ୍ଟିକ୍ କରୁଥିବା ବେଳେ ଅଚାନକ ରେଡ଼୍ କଲେ ତହତିଲଦାର । ସ୍ଥାନୀୟ ତହସିଲଦାର ଶକ୍ତିକାନ୍ତ ରାୟ ଏବଂ କାମାକ୍ଷାନଗର ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ସୁପ୍ରଶନ ମଲ୍ଲିକ ମିଳିତ ଭାବେ ଚଢାଉ କରିଥିଲେ । ଏହି ସମୟରେ ଗୋଟାଏ ଜେସିବି, ଗୋଟାଏ ଟ୍ରାକ୍ଟର ଓ ଗୋଟାଏ ହାଇୱାକୁ ଜବତ କରି ଭୁବନ ଥାନାକୁ ସ୍ଥାନାନ୍ତରିତ କରିଛନ୍ତି । ଗତ କିଛିମାସ ହେବ ଏହି ପାହାଡରୁ ବେଆଇନ ଭାବେ ପଥର ବ୍ଲାଷ୍ଟିକ ହେଉଥିବା ବେଳେ ରାଜସ୍ୱ ଶହ ଶହ କୋଟି ହରାଉଛି ବିଭାଗ । ଆଗରୁ ବହୁବାର ପ୍ରଶାସନ ନିକଟରେ ସ୍ଥାନୀୟ ଲୋକ ଅଭିଯୋଗ କରିଥିଲେ ମଧ୍ୟ ପ୍ରଶାସନ ଅଚିନ୍ତା ନିଦ୍ରାରେ ଶୋଇଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି । ଏପରି ସମୟରେ ଅଂଚଳର ବୁଦ୍ଧିଜୀବୀ ଲୋକ ଠିକାଦାର ଓ ରାଜସ୍ୱ ବିଭାଗ ମଧ୍ୟରେ ଭାଗବଂଟା ଅଭାବରୁ ତହସିଲଦାର ଏପରି ରେଡ୍ ମୁଡ଼ରେ ଥିବା ସ୍ଥାନୀୟଲୋକ ଆଲୋଚନା କରୁଛନ୍ତି ।