Home ରାଜ୍ୟ ଭିନ୍ନ ମୋଡ ନେଲା ସିମରନଙ୍କ ମୃତ୍ୟୁ ଘଟଣା; ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ...

ଭିନ୍ନ ମୋଡ ନେଲା ସିମରନଙ୍କ ମୃତ୍ୟୁ ଘଟଣା; ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କଲା ପୋଲିସ !


ଭୁବନେଶ୍ୱର ; ସେଲଫି ବେବୋ ତଥା ଅଭିନେତ୍ରୀ ସିମରନଙ୍କ ମୃତ୍ୟୁ ଘଟଣାରେ ହତ୍ୟା ମାମଲା ରୁଜୁ କଲା ବୁର୍ଲା ପୋଲିସ । ପୂର୍ବରୁ ବୁର୍ଲା ଥାନା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ବେଳେ ଆଜି ସିମରନଙ୍କ ବାପାଙ୍କ ଅଭିଯୋଗ ଆଧାରରେ ହତ୍ୟା ମାମଲା ରୁଜୁ କରିଛି । ସମ୍ବଲପୁର ଏସପି ସଞ୍ଜୀବ ଆରୋରା ଏନେଇ ସୂଚନା ଦେଇଛନ୍ତି ।
ସୂଚନାଥାଉକି , ଗତ ୩ ତାରିଖରେ ଗୋଇରା ମଠ ପାଖ ନହାନଦୀ ପୋଲ ତଳୁ ସିମରନଙ୍କ ମୃତଦେହ ମିଳିବା ପରେ ସିମରନଙ୍କ ସ୍ୱାମୀ ଧୃବରାଜ ସୁନାଙ୍କୁ ଝାରସୁଗୁଡା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା । କିନ୍ତୁ ଏଯାଏ ସିମରନଙ୍କ ମୃତ୍ୟୁ ପଛର ରହସ୍ୟ ଉପରୁ ପରଦା ଉଠିପାରିନି । ଏହା ହତ୍ୟା ନା ଆତ୍ମହତ୍ୟା ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ । ସୂଚନାଥାଉକି, ଡିସେମ୍ବର ୨ରେ ଘରକୁ ଫେରୁଥିବା ଏବଂ ତାଙ୍କ ସ୍ୱାମୀ ଅନ୍ୟତ୍ର ବିବାହ କରୁଥିବ ନେଇ ପରିବାରଙ୍କ ସହ କଥା ହୋଇଥିଲେ ସିମରନ । କିନ୍ତୁ ୩ ତାରିଖ ସକାଳେ ସିମରନ ଫେରିବା ପରିବର୍ତ୍ତେ ଆସିଥିଲା ସିମରନଙ୍କ ମୃତ୍ୟୁ ଖବର । ତେବେ କିପରି ସିମରନଙ୍କ ମୃତ୍ୟୁ ହୋଇଥିଲା ତାହା ଏବେ ବି ସନ୍ଦେହ ଘେରରେ । ତେବେ ସିମରନଙ୍କ ବାପାଙ୍କ ଲିଖିତ ଅଭିଯୋଗ ପରେ ହତ୍ୟା ମାମଲା ରୁଜୁ ସହ ତଦନ୍ତ ଆରମ୍ଭ କରିଛି ବୁର୍ଲା ପୋଲିସ ।