କେନ୍ଦ୍ରାପଡା ; କେନ୍ଦ୍ରାପଡା ସଦରଥାନା ଜମପଡା ବାଳିକା ଉଚ୍ଚ ବିଦ୍ୟାଳୟର କାର‌୍ୟ୍ୟରତ ସରକାରୀ ଶିକ୍ଷକ ରଞ୍ଜନ କୁମାର ନାୟକଙ୍କ ବାସ ଭବନ ଉପରେ କେନ୍ଦ୍ରାପଡା ଭିଜିଲାନ୍ସ ଟିମ୍ ଚଢାଉ କରିଥିବା ସୂଚନା ମିଳିଛି । ରଂଜନଙ୍କ ଘର, କଳପଡା ଶ୍ୱଶୁର ଘର, ଅଫିସ ଏବଂ ତାଙ୍କ ସଢୁଙ୍କ ଘରେ ଏକକାଳୀନ ଚଢାଉ ହୋଇଥିଲା । ଚଢାଉ ସମୟରେ କବଳପଡା ଗ୍ରାମରେ ଥିବା ତାଙ୍କ ବାସଭବନରୁ ଭିଜଲାନ୍ସ ପ୍ରାୟ ଦେଢକୋଟି ଟଙ୍କାର ସମ୍ପତି ଜବତ କରିଛି । ପ୍ରାଥମିକ ତଦନ୍ତରେ ୫ଟି ଟ୍ରକ, ଅଧକେଜି ସୁନା,ଦୁଇଟି ମୋଟର ସାଇକେଲ ଏବଂ ଏକ ଅଲଟୋ କାର ଜବତ କରିଛି ଭିଜଲାନ୍ସ । ତେବେ କିପରି ଭାବରେ ଜଣେ ଶିକ୍ଷକଙ୍କ ଘରୁ ଏତେ ପରିମାଣରେ ସମ୍ପତ୍ତି ଠାବ ହେଲା ତାହାର ତଦନ୍ତ ଚାଲୁଥିବା ସୂଚନା ମିଳିଛି ।