ଭୁବନେଶ୍ୱର : ଅଷ୍ଟ୍ରେଲିଆର ମେଲବୋର୍ଣ୍ଣ ଠରେ ଭାରତ ଓ ଅଷ୍ଟ୍ରେଲିଆ ୩ୟ ଟେଷ୍ଟ ମ୍ୟାଚ ଆରମ୍ଭ ହୋଇଯାଇଛି । ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଙ୍ଗ୍ କରିବାକୁ ନିଷ୍ପତି ନେଇଛି । ଆଜି ଦୁଇ ନୂଆ ଓପନରଙ୍କୁ ନେଇ ଭାରି ମ୍ୟାଚ୍ ଆରମ୍ଭ କରିଥିଲା। ସେହି ନୂଆ ଦୁଇ ଓପନର ହେଲେ ହନୁମା ବିହାରୀ ଓ ମୟଙ୍କ ଅଗ୍ରୱାଲ । ତେବେ ଟେଷ୍ଟ୍ ମ୍ୟାଚରେ ଆଜି ଡେବ୍ୟୁ କରିଥିବା ମୟଙ୍କ ଅଗ୍ରୱାଲ୍ ଭଲ ଖେଳିଥିଲେ। ସେ ୯୫ଟି ବଲ ଖେଳି ଅର୍ଦ୍ଧଶତକ ହାସଲ କରିଥିଲେ। ତେବେ ସେ ୧୬୧ ବଲ ଖେଳି ୭୬ରନ କରି ଆଉଟ୍ ହୋଇଯାଇଥିଲେ । କିନ୍ତୁ ହନୁମା ବିହାରୀ କିଛି ଖାସ ପ୍ରଦର୍ଶନ କରିପାରିଡ଼ଥିଲେ ମାତ୍ର ୮ ରନ୍ କରି ଆଉଟ୍ ହୋଇ ପାଭିଲିୟନ ଫେରିଯାଇଥିଲେ। ମୟଙ୍କ ଆଉଟ୍ ହେବା ପରେ ବିରାଟ କୋହଲି କ୍ରିଜ୍କୁ ଆସି ୧୦୭ ବଲରେ ୪୭ ରନ ସଂଗ୍ରହ କରିଛନ୍ତି ଓ ଚେତେଶ୍ୱର ପୂଜାରା ବିରାଟଙ୍କ ସାଥ ଦେଇ ୨୦୦ଟି ବଲ ଖେଳି ୬୮ ରନ ସଂଗ୍ରହ କରିଚନ୍ତି ।