Home ଖେଳ ଭାରତ-ଅଷ୍ଟ୍ରେଲିଆ ଅନ୍ତିମ ଟେଷ୍ଟ!

ଭାରତ-ଅଷ୍ଟ୍ରେଲିଆ ଅନ୍ତିମ ଟେଷ୍ଟ!

284


ଭୁବନେଶ୍ୱର : ଆଜି ଭାରତ-ଅଷ୍ଟ୍ରେଲିଆ ୪ର୍ଥ ତଥା ଅନ୍ତିମ ଟେଷ୍ଟ ମ୍ୟାଚ । ଏହି ମ୍ୟାଚଟି ଅଷ୍ଟ୍ରେଲିଆର ସିଡିନି ଗ୍ରାଉଣ୍ଡରେ ଖେଳାଯାଉଛି । ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତି ନେଇଛି । ତେବେ ମୟଙ୍କ ଅଗ୍ରୱାଲ ଓ ଲୋକେଶ ରାହୁଲ ଓପନିଂ କରିଥିଲେ, କିନ୍ତୁ ଲୋକେଶ ରାହୁଲ ପୁଣି ନିରାସ ଜନକ ବ୍ୟାଟିଂ କରିଛନ୍ତି । ମାତ୍ର ୯ରନ୍ କରି ପାଭିଲିୟନ ଫେରିଯାଇଛନ୍ତି । ତା’ପରେ ଚେତେଶ୍ୱର ପୂଜାରା ମୟଙ୍କ ସହ ମିଶି ପାଳି ସମ୍ଭାଳି ୧୦୯ ରନର ପାର୍ଟନରସିପ୍ କରିଥିଲେ । ତେବେ ମୟଙ୍କ ଅଗ୍ରୱାଲ ୭୭ରନ୍ କରି ପାଭିଲିୟନ ଫେରିଯାଇଥିଲେ । ମୟଙ୍କ ପରେ ଅଧିନାୟକ ବିରାଟ କୋହଲି ବ୍ୟାଟିଂ କରି ୨୩ ରନ୍ ସଂଗ୍ରହ କରି ଆଉଟ ହୋଇ ଫେରିଯାଇଥିଲେ । ସେହିପରି ଉପ-ଅଧିନାୟକ ଅଜିଙ୍କ୍ୟ ରାହାଣେ ୧୮ ରନ ସଂଗ୍ରହ କରି ପାଭିଲିୟନ ଫେରିଯାଇଥିଲେ । ତେବେ ଚେତେଶ୍ୱର ପୂଜାରା ୧୨୭ ଓ ହନୁମା ବିହାରି ୩୭ ରନ୍ କରି କ୍ରିଜରେ ଅଚନ୍ତି । ଭାରତ ୭୮ ଓଭର ସୁଦ୍ଧା ୪ଯି ୱିକେଟ ହରାଇ ୨୯୯ରନ୍ ସଂଗ୍ରହ କରିଛି ।