Home ରାଜ୍ୟ ଭାଙ୍ଗିଯିବ ଷ୍ଟାଇଲ୍ !

ଭାଙ୍ଗିଯିବ ଷ୍ଟାଇଲ୍ !

286


ଭୁବନେଶ୍ୱର : ଆଜିକାଲି ବିଭିନ୍ନ ପ୍ରକାରର ଷ୍ଟାଇଲିଷ୍ଟ ଗାଡ଼ି ରାଜଧାନୀ ଭୁବନେଶ୍ୱରରେ ବଢିଗଲାଣି । ତା’ ସାଙ୍ଗକୁ ବଢିଗଲାଣି ଷ୍ଟାଇଲିଷ୍ଟ ନମ୍ବର ପ୍ଲେଟ ଓ ଉଚ୍ଚ ସ୍ୱରର ହର୍ଣ୍ଣ । ଏଣିକି ଆଉ ଚଳିବନି ଏହିସବୁ ପ୍ରକାରର ଷ୍ଟାଇଲିଷ୍ଟ ଜିନିଷ । ସେଥିଲାଗି ତୁରନ୍ତ କାଢିଦିଅନ୍ତୁ ଆପଣମାନଙ୍କ ଗଡିରେ ଲାଗିଥିବା ଏହିସବୁ ପ୍ରକାରର ଜିନିଷ । କାରଣ ଗତକାଲି କଟକସହରର ବିଭିନ୍ନ ଛକରେ କମିଶନରେଟ୍ ପୁଲିସ୍ ପକ୍ଷରୁ କଡା ଚେକିଂ କରାଯାଇଥିଲା । ଏନେକ ଗାଡିଚାଳକ ଧରାପଡତିବା ସହ ଜୋରିମାନା ମଧ୍ୟ ଦେଇଥିଲେ । ଏବଂ ଉଚ୍ଚ ସ୍ୱରର ହର୍ଣ୍ଣ ଓ ଷ୍ଟାଇଲିଷ୍ଟ୍ ନମ୍ବର ପ୍ଲେଟ ଗୁଡଇକୁ ନିଜେ ପୁଲିସ୍ ତାଙ୍କ ଗାଡିରୁ ରେଞ୍ଚି ଦ୍ୱାରା କାଢିଦେଇଥିଲେ । ତେବେ ଆଗାମି ଦିନରେ ରାଜଧାନୀ ଭୁବନେଶ୍ୱରରେ ଜୋରଦାର ଚେକିଂ ହେବ ହୋଲି ସୂଚନା ମିଳିଛି ।