Home ରାଜ୍ୟ ରାଜଧାନୀରେ ବ୍ରାଉନସୁଗାର କାରବାର କୁ ଭିତ୍ତିକରି ବୋମାମାଡ

ରାଜଧାନୀରେ ବ୍ରାଉନସୁଗାର କାରବାର କୁ ଭିତ୍ତିକରି ବୋମାମାଡ

ରାଜଧାନୀରେ ବ୍ରାଉନସୁଗାର କାରବାର । ତେବେ ଏବି ବ୍ରାଉନସୁଗାର କାରବାର କୁ ଭିତ୍ତିକରି ରାଜଧାନୀରେ ଘଟିଯାଇଛି ଏକ ଅପ୍ରିତିକର ଦୁର୍ଘଟଣା । ସୁଚନାଅନୁଯାୟୀ ଭୂବେନେଶ୍ୱରର ପଥରବନ୍ଧ ବସ୍ତିରେ ଚାଲିଥଲା ବ୍ରାଉନସୁଗାର କାରବାର , ମାତ୍ର ବସ୍ତିର କିଛି ଲୋକ ଏବଂ ମନୁ ଏନେଇ ପୋଲିସ ଆଗରେ ଅଭିଯୋଗ କରିବା ଦ୍ୱାରା ଅଭିଯୁକ୍ତ ପ୍ରକାଶ ବିଷୋୟୀକୁ ପୋଲିସ ଗିରଫ କରିଥିଲା । ତେବେ ପ୍ରକାଶ ଜେଲରୁ କିଛିଦିନ ପୂର୍ବେ ବାହାରି ଆସିଥିଲା ।
ଜେଲରୁ ବାହାରିବା ପରେ ଆଜି ପ୍ରକାଶ ନିଜ ବନ୍ଧୁମାନଙ୍କସହ ମନୁ ଘରକୁ ଯାଇଥିଲା । ସେଠାରେ ପ୍ରଥମେ ମନୁକୁ କ୍ଷମା ମାଗି ପରେ ପୂର୍ବେ କଥାକୁ କେନ୍ଦ୍ର କରି ଝଗଡା କରିଥିଲା । ଏତତ୍ ବ୍ୟତୀତ ମନୁ ଘରକୁ ଏକାଧିକ ବୋମା ଫିଙ୍ଗି ନିଜ ବନ୍ଧୁମାନଙ୍କ ସହ ଫେରାର ହୋଇଯାଇଛି । କେବଳ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହା ଘଟିଥିବା ଜଣାପଡିଛି । ବୋମାମାଡ ରେ କାହାର କିଛି କ୍ଷତି ହୋଇନାହିଁ ବୋଲି ସୂଚନା ମିଳିଛି ।