Home ରାଜ୍ୟ ବୋର୍ଡ ଅଫସିରେ ନିଆ ଲଗାଇଲେ ଦୁର୍ବୃତ୍ତ !

ବୋର୍ଡ ଅଫସିରେ ନିଆ ଲଗାଇଲେ ଦୁର୍ବୃତ୍ତ !


ସମ୍ବଲପୁର : ସମ୍ବଲପୁର ଜିଲ୍ଲାସ୍ଥିତ ଜେଲ ଛକରେ ଥିବା ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଦେର ଶାଖା କାର୍ଯ୍ୟାଳୟରେ କିଛି ଦୁର୍ବୃତ୍ତଆଜି ନିଆଁ ଲଗାଇ ଦେଇଛନ୍ତି । ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷାର ଫର୍ମ ପୁରଣର ଥିଲା ଆଜି ଶେଷ ଦିନ, ସେଥିଲାଗି ଅଫିସ୍ ରେ କର୍ମଜରେୀ କାମ କରୁଥିଲେ । ହଠାତ୍ ସେଠାରେ ୭ରୁ୮ ଜଣ ଦୁର୍ବୃତ୍ତ ପହଞ୍ଚିଥିଲେ । ଏବଂ କାର୍ଯ୍ୟରତ କର୍ମଚାରୀଙ୍କ ଧମକାଇ ବାହାରକୁ ଯିବାକୁ କହିଥିଲେ । ଭୟଭିତ ହୋଇ କର୍ମଚାରୀମାନେ ବାହାରକୁ ପଳାଇଥିଲେ । ତା’ପରେ ଅଫିସରେ ନିଆଁ ଲଗାଇବା ସହ ବାହାରେ ଥିବା ଦୁଇଟି ମଟର ସାଇକେଲରେ ମଧ୍ୟ ନିଆଁ ଲାଗାଇଛନ୍ତି । ଫଳରେ ସେଠାରେ ଥିବା ଗୁରୁତ୍ୱ ପୂର୍ଣ୍ର କାଗଜ ଜଳି ଯାଇଥିଲା । ତେବେ ଅଗ୍ନିସମ ବିଭାଗ ସୂଚନା ପାଇ ସେଠାରେ ପହଞ୍ଚି ନିଆଁକୁ ଆୟତ କରିଥିଲା । ପୁଲିସ୍ ଏହି ଘଟଣାର ତଦନ୍ତ କରୁଛି ।