Home ରାଜନୀତି ବିବାଦରେ କଣ୍ଣାଟକର ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀ । ମର୍ଡର କରିବାପାଇଁ ବରିଷ୍ଟ ପୋଲିସ ଅଧିକାରିଙ୍କୁ...

ବିବାଦରେ କଣ୍ଣାଟକର ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀ । ମର୍ଡର କରିବାପାଇଁ ବରିଷ୍ଟ ପୋଲିସ ଅଧିକାରିଙ୍କୁ ଭିନ୍ନଢଙ୍ଗରେ ନିର୍ଦ୍ଧେଶ ଦେଉଥିଲେ !

ମୁଖ୍ୟମନ୍ତ୍ରୀ ରାଗରେ କହିଥିବା କଥା ଏବେ ସୋସିଆଲ୍ ମିଡିଆରେ ଭାଇରାଲ । ସୂଚନାଅନୁଯାୟୀ କଣ୍ଣାଟକର ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀ ବିଜୟପୁର ଜିଲ୍ଲା ଗସ୍ତରେ ଯାଇଥିବା ବେଳେ ଜଣେ ନେତାଙ୍କୁ ହତ୍ୟା କରାଯାଇଛି ବୋଲି ଗୁଇନ୍ଦା ବିଭାଗ ପକ୍ଷରୁ ସୂୂଚନା ଦିଆଯାଇଥିଲା । ଏହା ଜାଣିବା ପରେ ମୁଖ୍ୟମନ୍ତ୍ରୀ ବରିଷ୍ଟ ପୋଲିସ ଅଧିକାରିଙ୍କୁ ଫୋନକରି ଅପରାଧିକୁ ଗୁଳି କରିବାକୁ ଆଦେଶ ଦେଇଥିଲେ ।
ମାତ୍ର ଏନେଇ ମୁଖ୍ୟମନ୍ତ୍ରୀ ନିଜର ମନ୍ତବ୍ୟ ରଖି କହିଛନ୍ତି ଯେ – ମୁଖ୍ୟମନ୍ତ୍ରୀ ଭାବେ କାହାକୁ ମାରିବାକୁ ମୁଁ ନିର୍ଦ୍ଧେଶ ଦେଇନାହିଁ । ମୃତକ ନେତା ଜଣେ ଭଲ ଲୋକ ଥିଲେ, ତାଙ୍କୁ ଗୁଳିକରି ମାରିଦିଆଯାଇଛି ଶୁଣି ମୁଁ ବହୁତ ରାଗିଯାଇଥିଲି । ଏବଂ ରାଗରେ ଏପରି କହିଦେଇଥିଲି ।