ଭୁବନେଶ୍ୱର : ବିଜେପିରୁ ଇସ୍ତପା ଦେଲେ ରାଉଲକେଲା ବିଧାୟକ ଦିଲିପ ରାୟ । ଆଜି ବାଚଷ୍ପତିଙ୍କୁ ଦିଲିପ ରାୟ ଭେଟି ଇସ୍ତପା ପତ୍ର ପ୍ରଦାନ କରିଛନ୍ତି । ଏହି ଇସ୍ତପା ପତ୍ରକୁ ବାଚଷ୍ପତି ଗ୍ରହଣ କରିଛନ୍ତି । । ଦିଲୀପ ରାୟ ନୀତିନିୟମ ଅନୁସାରେ ଇସ୍ତଫା ଦେଇଛନ୍ତି ବୋଲି ବାଚଷ୍ପତି କହିଛନ୍ତି । ଏ ନେଇ ନିର୍ବାଚନ କମିଶନଙ୍କୁ ମଧ୍ୟ ଜଣାଇ ଦିଆଯାଇଛି । ବିଧାୟକ ପଦ ଛାଡ଼ିବା ସହ ବିଜେପି ଦଳ ମଧ୍ୟ ଛାଡ଼ିଛନ୍ତି। ସେହିପରି ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହଙ୍କୁ ଇ-ମେଲ୍ ଯୋଗେ ତାଙ୍କ ଇସ୍ତଫାପତ୍ର ପଠାଇଥିବା ଜଣାପଡ଼ିଛି ।  ବ୍ରାହ୍ମଣୀ ନଦୀରେ ଦ୍ୱିତୀୟ ସେତୁ ନିର୍ମାଣରେ ବିଳମ୍ବ ଓ ଆଇଜିଏଚକୁ ସୁପରସ୍ପେଶାଲିଷ୍ଟ ହସ୍ପିଟାଲ୍ ପ୍ରତିଶ୍ରୁତି ପୂରଣ ନ ହେବା ନେଇ ଦିଲୀପ ବିଜେପି ଉପରେ କ୍ଷୁବ୍ଧ ଥିଲେ, ଏହା ତାଙ୍କ କାର୍ଯ୍ୟାଳୟ ସୂତ୍ରରୁ ସୂଚନା ମିଳିଛି । ଉଭୟ ବିଧାୟକ ପଦ ଓ ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେବା ନେଇ ସେ ଏକ ଟ୍ୱିଟ୍ କରି ଜଣାଇଛନ୍ତି।