Home ରାଜ୍ୟ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପର୍ଯ୍ୟଟକଙ୍କଠୁ ଲୁଟିନେଲେ ଦୁର୍ବୃତ୍ତ !

ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପର୍ଯ୍ୟଟକଙ୍କଠୁ ଲୁଟିନେଲେ ଦୁର୍ବୃତ୍ତ !


ଭୁବନେଶ୍ୱର : ଲୁଟ କଲେ ମହିଳାଙ୍କ ଭ୍ୟାନିଟ ବ୍ୟାଗ । ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ଜଣେ ମହିଳାଙ୍କ ଭ୍ୟାନିଟ ବ୍ୟାଗ ଲୁଟ କରିଛନ୍ତି ଦୁର୍ବୃତ୍ତ । ଏନେଇ ଚୋରିର ଶୀକାର ହୋଇଥିବା ମହିଳାଜଣକ ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ ଅବଗତ କରାଇବା ସହ ଏୟାରପୋର୍ଟ ଥାନା ଓ ସିଆଇଏସଏଫ ନିକଟରେ ଅଭିଯୋଗ କରିଛନ୍ତି । ସୂଚନା ଅନୁଯାଇ ମହିଳା(ଦୀପ୍ତି ଅଗ୍ରୱାଲ) ତାଙ୍କ ପରିବାର ସହ ଓଡ଼ିଶା ଆସିଥିଲେ ପୁରୀ, କୋଣାର୍କ ଆଦି ଦର୍ଶନୀୟ ସ୍ଥାନ ବୁଲିବା ପାଇଁ । ସେ ପୂର୍ବାହ୍ନ ୯ଟାରେ ବିମାନବନ୍ଦରରେ ଓହ୍ଲାଇଥିଲେ, ସେଠାରେ ତାଙ୍କ ସ୍ୱାମୀ ଟ୍ୟାକ୍ସି ବୁଝିବାକୁ ଯାଇଥିବା ବେଳେ ଦିପ୍ତି ତାଙ୍କ ପୁଅ,ଝିଅଙ୍କ ସହ କଥା ହେଉଥିଲେ । ତାଙ୍କର ଅନ୍ୟମନସ୍କତାର ସୁଯୋଗ ନେଇ କେହି ଦୁର୍ବୃତ୍ତଟ୍ରଲିରୁ ତାଙ୍କ ବ୍ୟାଗ ଚୋରି କରି ନେଇଥିଲେ । ଦପ୍ତିଙ୍କ ଅଭିଯୋଗ ଅନୁଯାଇ ଚୋରି ହୋଇଥିବା ବ୍ୟାଗରେ ଏକ ଦାମୀ ମୋବାଇଲ, ୩୦ହଜାର ଟଙ୍କା, ପରିବାର ସଦସ୍ୟଙ୍କ ଭିସା, ପାସପୋର୍ଟ, ଏଟିଏମ୍ କାର୍ଡ ଓ ପରିଚୟ ପତ୍ର ଭଳି କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଥିଲା । ଏନେଇ ପୁଲିସ ସିସିଟିଭି ଯାଞ୍ଚଞ୍ଚ କରିବା ସହ ଚୋରକୁ ଧରିବା ପାଇଁ ତଦନ୍ତ ଆରମ୍ଭ କରିଛି ।