Home ରାଜ୍ୟ ବାଲେଶ୍ୱରରେ ଲୁଟେରାଙ୍କ ଲୁଟପାତକୁ ନେଇ ତେଜିଲା ଜନ ଆନ୍ଦୋଳନ!

ବାଲେଶ୍ୱରରେ ଲୁଟେରାଙ୍କ ଲୁଟପାତକୁ ନେଇ ତେଜିଲା ଜନ ଆନ୍ଦୋଳନ!

ବାଲେଶ୍ୱର ; ବାଲେଶ୍ୱର ଜିଲ୍ଲା ସଦର ଥାନା ଅନ୍ତର୍ଗତ ପରଖିସ୍ଥିତ ଆହ୍ଲାବାଦ ବ୍ୟାଙ୍କରୁ ହୋଇଛି ଲୁଟ୍ । ଗତକାଲି ରାତିରେ ଦୁର୍ବୃତ୍ତମାନେ ବ୍ୟାଙ୍କର ସଟର ତାଡି ଲୁଟ୍ କରିଛନ୍ତି । ତା’ ସହ ବ୍ୟାଙ୍କ ନିକଟରେ ଥିବା ଦୋକାନରୁ ମଧ୍ୟ ଲୁଟ କରିଛନ୍ତି । ପୂର୍ବରୁ ବଜାର ଅଞ୍ଚଳରେ ବାରମ୍ବାର ଏପରି ଲୁଟ୍ ,ଚୋରି ଆଦି ଘଟଣା ହୋଇଥିଲେ ମଧ୍ୟ ପୋଲିସର ନିଷ୍କ୍ରିୟତା ଯୋଗୁ ସ୍ଥାନୀୟ ଲୋକେ ଉତ୍ତେଜନା ପ୍ରକାଶ କରି ଟାୟାର ଜାଳି ରାସ୍ତା ରୋକ କରିଛନ୍ତି । ତେବେ ଲୁଟର ପରିମାଣ ସଠିକ୍ ଭାବେ ଜଣା ପଡିନଥିଲେ ମଧ୍ୟ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।