Home ରାଜ୍ୟ ବାତ୍ୟା ପେଥାଇ ପାଇଁ ଓଡ଼ିଶାର ୬ଜିଲ୍ଲାକୁ ୟେଲୋ ୱାଣ୍ଣିଂ : ପ୍ରବଳ ବର୍ଷାର ସମ୍ଭାବନା !

ବାତ୍ୟା ପେଥାଇ ପାଇଁ ଓଡ଼ିଶାର ୬ଜିଲ୍ଲାକୁ ୟେଲୋ ୱାଣ୍ଣିଂ : ପ୍ରବଳ ବର୍ଷାର ସମ୍ଭାବନା !


ଭୁବନେଶ୍ୱର : ଆସନ୍ତା ୭୨ ଘଣ୍ଟା ମଧ୍ୟରେ ଆନ୍ଧ୍ର ପାଇଁ ବାତ୍ୟା ପେଥାଇର ଭୟ । ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଉପରେ ଥିବା ଅବପାି ଗଭୀର ଅବପାତରେ ପରିଣତ ହୋଇଛି । ଏହା ଆସନ୍ତା ୧୨ ଘଣ୍ଟା ମଧ୍ୟରେ ବାତ୍ୟାରେ ପରିଣତ ହେବ । ପାଣିପାଗ ବିଭାଗ ପୁର୍ବନୁମାନ କରିଛି ଯେ ଆନ୍ଧପ୍ରଦେଶର ଓଙ୍ଗୋଲ ଏବଂ କାକିନାଡା ମଧ୍ୟରେ ୧୭ ତାରିଖ ଅପରାହ୍ନଣରେ ସ୍ଥଳଭାଗକୁ ସ୍ପର୍ଶ କରିବ । ବଙ୍ଗୋପସାଗର ଉପକୂଳ ୧୫ରୁ ୧୭ ତାରିଖ ଯାଏ ଅଶାନ୍ତ ରହିବ । ରାଜ୍ୟର ୬ଟି ଜିଲ୍ଲା ପାଇଁ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାଣ୍ଣିଂ ଜାରି କରାଯାଇଛି । କାରଣ ସେହି ଜିଲ୍ଲା ମାନଙ୍କରେ ୧୭ ତାରିଖରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ରାଜ୍ୟର ସେହି ଜିଲ୍ଲା ଗୁଡିକ ହେଲା ମାଲକାନଗିରି, କୋରାପୁଟ, ରାୟଗହା, ନବରଙ୍ଗପୁର, କଳାହାଣ୍ଡି ଓ କନ୍ଧମାଳ । ଏହି ବର୍ଷା ଯୋଗୁ ଫସଲ ନଷ୍ଟ ହେବାର ଆଶଙ୍କା ଥିବାରୁ ଚାଷୀଙ୍କୁ ସତର୍କ କରାଯାଇଛି । ତେବେ ଏହି ଲଘୁଚାପ ଯୋଗୁ ରାଜ୍ୟରେ କାଲିଠାରୁ ବିଭିନ୍ନ ସ୍ଥାନରେ ବର୍ଶା ହେବାର ସମ୍ଭାବନା ରହିଛି ।