Home ଖେଳ ବାଜିମାତ୍ କଲା ଭାରତ । ୨୯ ଟି ଦେଶର ଖେଳାଳୀ ଙ୍କୁ ପଛରେ ପକାଇ ବିଶ୍ୱ...

ବାଜିମାତ୍ କଲା ଭାରତ । ୨୯ ଟି ଦେଶର ଖେଳାଳୀ ଙ୍କୁ ପଛରେ ପକାଇ ବିଶ୍ୱ ଚାମ୍ପିୟନ ବୋଲାଇଲେ ଆମ ଦେଶର ପୁତ୍ର ଅର୍ଜୁନ ଭାଟୀ ।

243

ମାଲେସିଆ ରେ ଅନୁଷ୍ଠିତ ହୋଇଯାଇଥିବା ୟୁଏସ୍ କିଡସ୍ ଜୁନିୟର ଗଲ୍ଫ ବିଶ୍ୱ ଚାମ୍ପିୟନସିପ୍ ରେ ଭାଗ ନେଇଥିଲେ ଅର୍ଜୁନ ଭାଟୀ । ଅର୍ଜୁନ ନୂଆଦିଲ୍ଲୀ ଗ୍ରେଟର ନୋଏଡାର , ଗ୍ରେଟର ୱେଲୀ ସ୍କୁଲର ଛାତ୍ର । ଉକ୍ତ ପ୍ରତିଯୋଗୀତାକୁ ୟୁଏସ୍ କିଡସ୍ ଗଲ୍ଫ ଫାଉଣ୍ଡେସନ୍ ପକ୍ଷ ଆୟୋଜିତ କରିଥିଲା ଓ ଏଥିରେ ୨୯ ଟି ଦେଶର ଖେଳାଳୀ ଭାଗ ନେଇଥିଲେ । ତେବେ ଅର୍ଜୁନ ଆମେରିକାର ଏଲେକ୍ସ ମୋ’ଙ୍କୁ ୩ଟି ଶଟରେ ହରାଇ ବିଶ୍ୱ ଚାମ୍ପିୟନ ଟାଇଟଲ୍କୁ ନିଜ ନାଁରେ କରିଥିଲେ । ଏହାଛଡା ସେ ପୂର୍ବର୍ରୁ ବହୁ ଗଲ୍ଫ ପ୍ରତିଯୋଗିତାରେ ଭଗ ନେଇଥିଲେ ।
ମୁଁ ବିଶ୍ୱର ଏକମାତ୍ର ଗଲ୍ଫ ଖେଳାଳୀ ହେବାକୁ ଲକ୍ଷ ରଖିଛି । ଏବଂ ଆଲମ୍ପିକ ରେ ସ୍ୱର୍ଣ୍ଣ ପଦକ ହାସଲ କରିବାକୁ ଚାହୁଁଛି ’ା ବିଶ୍ୱ ଚାମ୍ପିୟନ ହେବା ପରେ ଏପରି କହିଥିଲେ ଅର୍ଜୁନ ଭାଟୀ ।