Home ରାଜ୍ୟ ବହୁ ଚର୍ଚ୍ଚିତ ବେବିନା ଦୁଷ୍କର୍ମ ମାମଲା; ପ୍ରମାଣ ଅଭାବରୁ ଖସିଗଲେ ଅଭିଯୁକ୍ତ, ପୀଡ଼ିତା ପରିବାରକୁ ଠାକୁର...

ବହୁ ଚର୍ଚ୍ଚିତ ବେବିନା ଦୁଷ୍କର୍ମ ମାମଲା; ପ୍ରମାଣ ଅଭାବରୁ ଖସିଗଲେ ଅଭିଯୁକ୍ତ, ପୀଡ଼ିତା ପରିବାରକୁ ଠାକୁର ଭରଷା !

381


ଭୁବନେଶ୍ୱର: ବହୁ ଚର୍ଚ୍ଚିତ ବେବିନା ଦୁଷ୍କର୍ମ ମାମଲାରେ ପ୍ରମାଣ ଅଭାବରୁ ଖସିଗଲେ ଅଭିଯୁକ୍ତ । ଗତକାଲି ଖୋର୍ଦ୍ଧା ଜିଲ୍ଲା ଦୌରା ଜଜ୍ କୋର୍ଟରୁ ପ୍ରମାଣ ଅଭାବରୁ ଅପରାଧି ଖଲାସ ହୋଇଛି । ଏହାସହ ସମ୍ବିଧାନର ଆଇନ ହାତ ଟେକି ଦେଇଥିବା ବେଳେ ମହାପ୍ରଭୁ ଜଗ୍ନନାଥଙ୍କ ଶରଣାପନ୍ନ ହୋଇଛି ପୀଡ଼ିତା ପରିବାର । ୨୦୧୧ ମସିହା ନଭେମ୍ବର ୨୯ ତାରିଖରେ ପୁରୀ ଜିଲ୍ଲା ପିପିଲରେ ବେବିନାକୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ଆସିଥିଲା । କିଛିଦିନ ମେଡ଼ିକାଲରେ ଚିକିତ୍ସା ଅବସ୍ଥାରେ ପୀଡ଼ିତା ମୃତ୍ୟୁ ହୋଇଥିଲା । ଏପରି ଦୁଃଖ ଓ ହୃଦୟବିଦାରକ ଘଟଣା ସେଦିନ ରାଜ୍ୟର ଜନସାଧାରଣଙ୍କୁ ଶୋଇବା ନିଦରୁ ଉଠାଇ ଦେଇଥିଲା । ଦୋଷୀକୁ ଗିରଫ ଓ କଠୋର ଦଣ୍ଡ ପାଇଁ ସାରା ରାଜ୍ୟରେ ପ୍ରାଶାସନ ବିରୋଧରେ ଆନ୍ଦୋଳନ , ବିକ୍ଷୋଭ, ଧାରଣା ସୃଷ୍ଟି ହୋଇଥିଲା । ଏପରିକି ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ମନ୍ତ୍ରୀ ପଦ ମଧ୍ୟ ହରାଇବାକୁ ପଡ଼ିଥିଲା । ଯେଉଁ ଥିରେ ପୋଲିସ ସେଦିନ ୫ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏହି କେସରେ ପୂର୍ବରୁ ୩ ଜଣ ମୁକ୍ତ ହୋଇଥିବା ବେଳେ ଅନ୍ୟ ଦୁଇ ଅପରାଧି ସୁକାନ୍ତ ପ୍ରଧାନ ଓ ପ୍ରଶାନ୍ତ ପ୍ରଧାନ ମୁକ୍ତ ହୋଇଛନ୍ତି । ଦୀର୍ଘ ୭ ବର୍ଷ ହେବ କୋର୍ଟରେ ଏହି କେସ ଚାଲିଥିବା ବେଳେ ଗତକାଲି ପ୍ରମାଣ ଅଭାବରୁ ଅଭିଯୁକ୍ତ ଖସିଯିବାରେ ସଫଳ ହୋଇଛନ୍ତି ।
ବର୍ଷ ବର୍ଷ ଧରି ଦୁଷ୍କର୍ମ ପୀଡ଼ିତାର ପରିବାର ଆଇନର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ଶେଷରେ ଆଇନ ହାତ ଟେକିଦେବା ଫଳରେ ନିରୂପାୟ ହୋଇଛନ୍ତି ପୀଡ଼ିତା ପରିବାର । ଏପରି ସମୟରେ ଆଇନ ଉପରେ ସାଧାରଣ ମଣିଷର ଭରଷା ତୁଟିଯାଇଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ସାରା ରାଜ୍ୟରେ ଅସାଧୁ ସରକାର, ଆଇନ ବିଭାଗ, କେସରେ ସମ୍ପୃକ୍ତ କ୍ଷମତାବାନ ବ୍ୟକ୍ତିଙ୍କ ସଲାସୁତୁରା ଓ ମେଂଟ ହୋଇଥିବା ସାଧାରଣରେ ଚର୍ଚ୍ଚା ହେଉଛି । ଯାହାକୁ ନେଇ ସରକାର ବିରୋଧିରେ ଜନଆନ୍ଦୋଳନ ଦାନା ବାନ୍ଧିଲାଣି ।