ଗଞ୍ଜାମ ; ବର୍ଷ ଶେଷରେ ପୁଣି ଫୁଟିଲା ଗୁଳି । ଗଞ୍ଜାମ ଜିଲ୍ଲା ଆସିକା କଲେଜ ଛକ ନିକଟରେ ଗୁଳିମାଡ଼ରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣକ ସଦାନନ୍ଦ ଓରଫ୍ ବାହାନ ଲେଙ୍କା (୫୦) । ସଦାନନ୍ଦ ଆସିକା ବ୍ଲକ ଖାଇରିଆ ପଞ୍ଚାୟତର ଘଟକୁରି ଗ୍ରାମରେ ବିଜେଡି ସରପଞ୍ଚଙ୍କ ଭାଇ । ଗତକାଲି ରାତି ପ୍ରାୟ ୧୦.୩୦ ସମୟରେ ନିଜ ଘରକୁ ଫେରୁଥିବା ସମୟରେ ୪ ଜଣ ଦୁର୍ବୁତ୍ତ ତାଙ୍କୁ ଅଟକାଇ ତାଙ୍କ ମୁଣ୍ଡକୁ ଦୁଇ ରାଉଣ୍ଡ ଗୁଳି ମାରି ଫେରାର ହୋଇଯାଇଥିଲେ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଆସିକା ମେଡିକାଲକୁ ଅଣାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ପୋଲିସ ମୃତଦେହକୁ ବ୍ୟବଚ୍ଛଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।