Home ରାଜ୍ୟ ବରପାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ବିପର୍ଯ୍ୟୟ ରୋଗୀ ସେବାକୁ ନେଇ ବଢିଲା ଜନଅସନ୍ତୋଷ !

ବରପାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ବିପର୍ଯ୍ୟୟ ରୋଗୀ ସେବାକୁ ନେଇ ବଢିଲା ଜନଅସନ୍ତୋଷ !


ବରଗଡ଼: ପୁଣି ଅଧିକାରକୁ ଉପହାସ । ବରଗଡ଼ ଜିଲ୍ଲା ବରପାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ବିପର୍ଯ୍ୟୟ ରୋଗୀ ସେବାକୁ ନେଇ ବଢିଲା ଜନଅସନ୍ତୋଷ । ୧୯୨୩ ମସିହାରେ ବରପାଲିରେ ଏହି ସ୍ୱାସ୍ଥ୍ୟକେନ୍ଦ୍ର ଖୋଲା ଯାଇଥିଲେ ମଧ୍ୟ ଅବହେଳିତ ଅବସ୍ଥାରେ ଗତି କରୁଛି । ଏପରିକି ୯୫ ବର୍ଷରେ ସ୍ୱାସ୍ଥ୍ୟ କେନ୍ଦ୍ର ପଦାର୍ପଣ କରିଥିଲେ ମଧ୍ୟ ଡ଼ାକ୍ତରଖାନାରେ ମେଡ଼ିସିନ, ସର୍ଜରୀ, ଶିଶୁରୋଗ ବିଭାଗ ଓ ଜରୁରୀକାଳୀନ ପାଇଁ ସ୍ତ୍ରୀ ପ୍ରସୂତି ବିଭାଗ ମଧ୍ୟ ଖୋଲିବାରେ ବିଫଳ ହୋଇଛି ସରକାର । ଜଣେ ମାତ୍ର ଡ଼ାକ୍ତର ଓ ଫାର୍ମାସିଷ୍ଟରେ ନାହିଁନାହିଁ ଚାଲିଛି ସ୍ୱାସ୍ଥ୍ୟକେନ୍ଦ୍ର । ମାତ୍ର ୨ବର୍ଷ ହେବ ଏକମାତ୍ର ଡ଼ାକ୍ତର ସରୋଜ ସେଠ ନିରବିଚ୍ଛିନ୍ନ ଭାବେ ସେବା ଯୋଗାଇ ଆସୁଥିଲେ । କିନ୍ତୁ ଏହି ଡ଼ାକ୍ତରଙ୍କୁ ଏବେ ଅନ୍ୟତ୍ର ବଦଳିକୁ ନେଇ ବଢିବାରେ ଲାଗିଛି ଜନଅସନ୍ତୋଷ । ଫଳରେ ଦ୍ୱର ଦ୍ୱରାନ୍ତରୁ ରୋଗୀ ଗର୍ଭବତୀ ମହିଳା, ଶିଶୁମାନଙ୍କୁ ଉପଯୁକ୍ତ ଚିକିତ୍ସା ମିଳିପାରୁ ନଥିବା ବୁଦ୍ଧିଜୀବୀ ଲୋକ ଅଭିଯୋଗ ଆଣିଛନ୍ତି । ଯାହାକୁ ନେଇ ପୂର୍ବରୁ ଏହା ବିରୋଧରେ ବହୁ ଜନଆନ୍ଦୋଳନ ହୋଇଥିଲେ ମଧ୍ୟ ବେଫିକର ସରକାର । ଏହା ବିରୋଧିରେ ପୁଣି ଥରେ ଜନଅସନ୍ତୋଷ ଦେଖା ଦେବାସହ ସ୍ଥାନୀୟଲୋକ ଟେକିସ୍ ମାଲିକ ଓ ଡ଼୍ରାଇଭର ସଂଘ ପକ୍ଷରୁ ଅନିଧିଷ୍ଟକାଳ ପର୍ଯ୍ୟନ୍ତ ଆନ୍ଦୋଳନ ଓ ଧାରଣା ଦିଆଯାଇଛି । ସ୍ୱାସ୍ଥ୍ୟକେନ୍ଦ୍ରର ଉନ୍ନତି ପାଇଁ ପ୍ରଶାସନ ଓ ସ୍ଥାନୀୟ ବିଧାୟକ ବହୁବାର ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଫଳ ଶୂନ । ଏପରିକି ସ୍ୱାଧିନତା ପରେ ୧୩ ଥର ନିର୍ବାଚନରେ ଜନପ୍ରତିନିଧି ସୃଷ୍ଟି ହୋଇଥିଲେ ମଧ୍ୟ ଖାଲି ମିଳିଛି ପ୍ରତିଶ୍ରୁତି । ଏହି ପ୍ରତିଶ୍ରୁତି ବାରମ୍ବାର ପ୍ରତାରଣା ପାଲଟି ଥିବାରୁ ପ୍ରଶାସନ ବିରୋଧି ଜନଆନ୍ଦୋଳନ ବାନ୍ଧିବା ଦେଖା ଦେଲାଣି ।