Home ରାଜ୍ୟ ବରଗଡ଼ ବରପାଲିରେ ବିଗିଡ଼ା ସ୍ୱାସ୍ଥ୍ୟ ସେବାକୁ ନେଇ ଆନ୍ଦୋଳନ ଏବେ ରାଜନିତିକ ରୂପ ନେଲା ...

ବରଗଡ଼ ବରପାଲିରେ ବିଗିଡ଼ା ସ୍ୱାସ୍ଥ୍ୟ ସେବାକୁ ନେଇ ଆନ୍ଦୋଳନ ଏବେ ରାଜନିତିକ ରୂପ ନେଲା !


ବରଗଡ ; ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାକୁ ନେଇ ତେଜିଲା ଆନ୍ଦୋଳନ । ବରଗଡ ବରପାଲି ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନିଯୁକ୍ତି ପ୍ରତିଶ୍ରୁତି ପ୍ରତାରଣା ପରେ ପୁଣି ଆନ୍ଦୋଳନକୁ ଓହ୍ଲାଇଲା ଜନତା ଓ ଜନ ପ୍ରତିନିଧି । ଗତ ୧୯ ତାରିଖରୁ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ ଏବେ ରାଜ ରାସ୍ତାକୁ ଆସିଲା । ପୂର୍ବରୁ ଡାକ୍ତରଙ୍କ ବଦଳିକୁ ନେଇ ଟାକ୍ସି ମାଲିକ ଓ ଡ୍ରାଇଭର ସଂଘ ଆନ୍ଦୋଳନରେ ବସିଥିବା ବେଳେ ଏବେ ରାଜନେତା ଯୋଗ ଦେବା ସହ ୧୨ ଘଣ୍ଟା ପାଇଁ ବରଗଡ ବରପାଲିକୁ ଅଚଳ କରିଛନ୍ତି । ପୂର୍ବରୁ କଂଗ୍ରେସ ବିଜେପି ଆନ୍ଦୋଳନକୁ ସମର୍ଥନ କରୁଥିବା ବେଳେ ଆଜି ବିଧାୟିକା ରିତା ସାହୁ ତାଙ୍କ ସମର୍ଥକଙ୍କ ସହ ଆନ୍ଦୋଳନରେ ସାମିଲ ହୋଇଛନ୍ତି । ଏହି ଆନ୍ଦୋଳନ ଫଳରେ ଦୋକାନ ବଜାର ଗାଡ଼ି ଚଳାଚଳ ଠପ୍ ହେବାସହ ଜନଜୀବନ ଅସ୍ତବ୍ୟସ୍ଥ ହୋଇପଡ଼ିଛି । ଏହାକୁ ନେଇ ବିଜେପିର ପୂର୍ବତନ ବିଧାୟକ ଅଶୋକ ପ୍ରଣିଗ୍ରାହୀ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା ପରେ ମିଳିଛି ଖାଲି ପ୍ରତିଶ୍ରୁତି । ଯଦି ସରକାର ତୁରନ୍ତ ଏହାର ପ୍ରତିକାର ନକରନ୍ତି ତେବେ ଆନ୍ଦୋଳନକୁ ଆହୁରୀ ତିବ୍ରତର କରିବା ନେଇ ଚେତାବନୀ ଦେଇଛନ୍ତି ।
୧୯୨୩ ମସିହାରୁ ବରପାଲି ଅଞ୍ଚଳରେ ୩୦ ହଜାର ଲୋକଙ୍କ ପାଇଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲାଯାଇଥିଲା କିନ୍ତୁ ୭୦ ବର୍ଷ ପରେ ବି ଡାକ୍ତରଖାନାରେ ମେଡିସିନ୍, ସର୍ଜରୀ,ସ୍ତ୍ରୀ ଓ ପ୍ରସୂତି ,ଶିଶୁ ବିଶେଷଜ୍ଞ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇନାହିଁ । ଫଳରେ ଦୂର ଦୂରାନ୍ତରରୁ ଆସୁଥିବା ରୋଗୀ,ଗର୍ଭବତୀ ମହିଳା,ଶିଶୁ ମାନଙ୍କୁ ଉପଯୁକ୍ତ ଚିକିତ୍ସା ମିଳିପାରୁନାହିଁ । ବହୁ ଅସୁବିଧା ସତ୍ତେ୍ୱ ଗତ ୯ ବର୍ଷଧରି ଡାକ୍ତରଖାନାର ଏକମାତ୍ର ଡାକ୍ତର ସରୋଜ ସେଠ୍ ଅଞ୍ଚଳବାସୀଙ୍କୁ ନିରବଚ୍ଛିନ୍ନ ଭାବେ ସେବା ଯୋଗାଇଆସୁଥିଲେ । କିନ୍ତୁ ତାଙ୍କ ପଦୋନ୍ନତି ପାଇଁ ତାଙ୍କର ଅନ୍ୟତ୍ର ସ୍ଥାନକୁ ବଦଳି ହୋଇଯିବାରୁ ବର୍ତ୍ତମାନ ଡାକ୍ତରଖାନା ଖାଲି ପଡିଛି । ଯାହାକୁ ନେଇ ବରପାଲି ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।