Home ରାଜ୍ୟ ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ସ୍ଥାନାନ୍ତର ଦାବିରେ ଜୋର ଧରିଲା ଆନ୍ଦୋଳନ ; କରଞ୍ଜିଆ ଠପ୍...

ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ସ୍ଥାନାନ୍ତର ଦାବିରେ ଜୋର ଧରିଲା ଆନ୍ଦୋଳନ ; କରଞ୍ଜିଆ ଠପ୍ !


ମୟୂରଭଞ୍ଜ ; ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ସ୍ଥାନାନ୍ତର ଦାବିରେ ଜୋର ଧରିଲା ଆନ୍ଦୋଳନ । ଆଜି ପାଞ୍ଚପିଢି ଉପକଣ୍ଠର ସବୁ ବ୍ଲକରେ ବନ୍ଦ ପାଳନ କରିଛନ୍ତି ଆନ୍ଦୋଳନକାରୀ । କରଞ୍ଜିଆ,ଠାକୁରମୁଣ୍ଡା ସମେତ ଘଐ-୪୯ ରେ ରାସ୍ତା ଅବରୋଧ କରିବା ସହ ଦୋକାନ ବଜାର ମଧ୍ୟ ବନ୍ଦ କରାଯାଇଛି । ଯାହା ଫଳରେ ଗାଡି ଚଳାଚଳ ଓ ଯାତାୟତ ଠପ୍ ହେବା ସହ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି । ତେବେ ଉପଖଣ୍ଡର ଠାକୁରମୁଣ୍ଡା ବ୍ଲକରେ ଜୋରଦାର ଅନ୍ଦୋଳନ କରାଯାଉଥିବା ଦେଖିବାକୁ ମିଳିଛି । ଜଷିପୁର,ସୁକୃଳୀ,ରଚୁଆଁ ବ୍ଲକରେ ମଧ୍ୟ ବନ୍ଦର ଆଂଶିକ ପ୍ରଭାବ ରହିଛି ।