Home ଦେଶ- ବିଦେଶ ବଜେଟ ମୁଖ୍ୟାଂଶ : ପେଟ୍ରୋଲ,ଡିଜେଲ ଦର ବଢିବ, ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କ ଜନଧନ ଖାତାରେ...

ବଜେଟ ମୁଖ୍ୟାଂଶ : ପେଟ୍ରୋଲ,ଡିଜେଲ ଦର ବଢିବ, ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କ ଜନଧନ ଖାତାରେ ୫୦୦୦ ଟଙ୍କାର ଓଭରଡ୍ରାଫ୍ଟ ସୁବିଧା

ନୂଆଦିଲ୍ଲୀ: ଚଳିତ ବଜେଟରେ ମହିଳା ସଶକ୍ତିକରଣକୁ ଗୁରୁତ୍ବ ଦେଇଛନ୍ତି  ମୋଦୀ ସରକାର। ବଜେଟ ଉପସ୍ଥାପନ ସମୟରେ ଅର୍ଥମନ୍ତ୍ରୀ ‘ନାରୀତୁ ନାରାୟଣୀ’ କହି  ମହିଳାଙ୍କ ବିକାଶ ଲାଗି ସରକାର ବଜେଟରେ କି କି ବ୍ୟବସ୍ଥା ରଖିଛନ୍ତି ତାହା ଉପସ୍ଥାପନ କରିଥିଲେ। ସେ କହିଥିଲେ, ମହିଳାଙ୍କ  ଦେଶର ବିକାଶ ସମ୍ଭବ। ଏହି  କଥାକୁ  ଅଙ୍ଗେ ନିଭାଇଛନ୍ତି ସରକାର । ତେଣୁ ମହିଳାଙ୍କ ଲାଗି ବିଭିନ୍ନ ବ୍ୟବସ୍ଥା କରାଯାଇଛି।

ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟ ଥିବା ମହିଳାଙ୍କୁ ଜନଧନ ଖାତାରେ ଓଭରଡ୍ରାଫ୍ଟ  ସୁବିଧା ପ୍ରଦାନ କରାଯିବ । ଜନଧନ ଖାତାଧାରୀ ମହିଳାଙ୍କ ପାଇଁ ୫୦୦୦ ଟଙ୍କାର ଓଭରଡ୍ରାଫ୍ଟ ସୁବିଧା ମିଳିବ ।

 

ଆୟକର : ପାନ୍‌ କାର୍ଡ ନଥିଲେ ଆଧାର ନମ୍ବର ଦେଇ ଆୟକର ରିଟର୍ଣ୍ଣ ଦାଖଲ କରିହେବ ।
ତେଲଦର : ପେଟ୍ରୋଲ,ଡିଜେଲ ଦର ଉପରେ ଅତିରିକ୍ତ ୧ ଟଙ୍କାର ସେସ ଆଦାୟ ହେବ । ଫଳରେ ଏଗୁଡିକର ଦର ବଢିବ ।

ଆୟକର : ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବାର୍ଷିୟ ଆୟ ଉପରେ କୌଣସି ଆୟକର ଦେବାକୁ ପଡିବ ନାହିଁ । ୨ କୋଟିରୁ ୫ କୋଟି ଟଙ୍କାର ଆୟ ଉପରେ ୩ ପ୍ରତିଶତ ଓ ୫ କୋଟିରୁ ଅଧିକ ଆୟ ଉପରେ ୭ ପ୍ରତିଶତ ସରଚାର୍ଜ ପଡିବ । ଅର୍ଥାତ ଅଧିକ ଆୟକାରୀଙ୍କ ଉପରେ ଅଧିକ ଟିକସ ପଡିବ ।
ଟିକସ : ଗୋଟିଏ ବ୍ୟାଙ୍କ ଆକାଉଣ୍ଟରୁ ବର୍ଷକୁ ୧ କୋଟିରୁ ଅଧିକ ଟଙ୍କାର ନଗଦ ଉଠାଣ କଲେ ୨% ଟିଡିଏସ କଟିବ ।
ଟିକସ : କର୍ପୋରେଟ ଟିକସରେ ରିହାତି । ୪୦୦ କୋଟି ବା ଅଧିକ ଟଙ୍କାର କାରବାର କରୁଥିବା କମ୍ପାନିକୁ ୨୫ ପ୍ରତିଶତ ଟିକସ ଦେବାକୁ ହେବ । ପୂର୍ବରୁ ଏହି କାରବାର ସୀମା ୨୫୦ କୋଟି ଥିଲା ।
ଟିକସ : ଷ୍ଟାର୍ଟଅପରେ ନିବେଶ କଲେ କ୍ୟାପିଟାଲ ଗେନ ଟାକ୍ସ ପଡିବ ନାହିଁ ବା ରିହାତି ମିଳିବ ।
ଇଲେକ୍ଟ୍ରିକ କାର : ଇଲେକ୍ଟ୍ରିକ କାର ଉପରେ ଜିଏସଟି ପରିମାଣ ୫ ପ୍ରତିଶତକୁ ହ୍ରାସ । ଋଣ ଉପରେ ସବସୀଡି ।
ଟିକସ : ଟିକସ ଆଦାୟ ବ୍ୟବସ୍ଥାକୁ ଅଧିକ ସରଳ କରାଯିବ । ପ୍ରତ୍ୟକ୍ଷ ଟିକସ ଆଦାୟ ୭୮ ପ୍ରତିଶକ ବୃଦ୍ଧି ପାଇଛି ।
ପର୍ଯ୍ୟଟନ : ଘରୋଇ ଓ ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ସରକାର ଦେଶରେ ୧୭ଟି ବିଶ୍ୱସ୍ତରୀୟ ପର୍ଯ୍ୟଟନ ସ୍ଥଳୀର ବିକାଶ କରିବେ ।
ଆଧାର : ଭାରତୀୟ ପାସପୋର୍ଟ ଥିବା ପ୍ରବାସୀ ଭାରତୀୟଙ୍କୁ ଆଧାର କାର୍ଡ ପ୍ରଦାନ କରାଯିବ ।
ଶ୍ରମ : ସରକାର ବିଭିନ୍ନ ଶ୍ରମ ଆଇନକୁ ମିଶାଇ ମୋଟ ୪ଟି ଶ୍ରମ ଆଇନରେ ପରିଣତ କରିବେ ।
ଶିକ୍ଷା : ଭାରତୀୟ ଶିକ୍ଷାନୁଷ୍ଠାନକୁ ବିଦେଶୀ ଛାତ୍ରଛାତ୍ରୀଙ୍କୁ ଆକୃଷ୍ଟ କରିବାକୁ ସରକାର ଷ୍ଟଡି ଇନ ଇଣ୍ଡିଆ କାର୍ଯ୍ୟକ୍ରମ ଆରମ୍ଭ କରିବେ । ଜାତୀୟ ଗବେଷଣା ଫାଉଣ୍ଡେସନ ଓ ଭାରତୀୟ ଉଚ୍ଚଶିକ୍ଷା ଆୟୋଗ ଗଠନ କରାଯିବ । ନୂଆ ଶିକ୍ଷା ନୀତି ଆସିବ ।
ପାନୀୟ ଜଳ : ପ୍ରତି ଘରେ ପିଇବା ପାଣି ପହଞ୍ଚାଇବାକୁ ‘ହର ଘର ଜଲ’ ଯୋଜନା ଆରମ୍ଭ କରାଯିବ ।
ବିଦେଶୀ ପୁଞ୍ଜି ନିବେଶ : ଖୁଚୁରା, ମିଡିଆ ଓ ବିମାନଚଳାଚଳ କ୍ଷେତ୍ରକୁ ଏଫଡିଆଇ ପାଇଁ ଖୋଲାଯିବ ।
ରେଳବାଇ : ୨୦୩୦ ସୁଦ୍ଧା ଭାରତୀୟ ରେଳବାଇର ଆଧୁନୀକିକରଣ ପାଇଁ ପ୍ରାୟ ୫୦ ଲକ୍ଷ କୋଟି ଟଙ୍କା ଆବଶ୍ୟକ ପଡିିବ । ଏତେ ପରିମାଣର ପୁଞ୍ଜିନିବେଶ ସଂଗ୍ରହ ପାଇଁ ଘରୋଇ କ୍ଷେତ୍ରକୁ ମଧ୍ୟ ରେଳବାଇର ବିଭିନ୍ନ ପ୍ରକଳ୍ପରେ ସହଭାଗୀ କରାଯିବ ।
ନୂଆ କଏନ : ୧,୨,୫,୧୦ ଓ ୨୦ ଟଙ୍କିଆ ନୂଆ କଏନ ଆସିବ ।
ପୁଞ୍ଜି ପ୍ରତ୍ୟାହାର : କେତେକ ସରକାରୀ ଉଦ୍ୟୋଗରୁ ପୁଞ୍ଜି ପ୍ରତ୍ୟାହାର ଯୋଜନା ।