Home ରାଜ୍ୟ ଫସିଲେ ୧୭ ଓଡିଆ ଶ୍ରମିକ : ମସ୍କଟ ଓମାନରେ

ଫସିଲେ ୧୭ ଓଡିଆ ଶ୍ରମିକ : ମସ୍କଟ ଓମାନରେ

242

ବ୍ରହ୍ମପୁର: ପୁଣି ଫସିଲେ ଓଡିଆ ଶ୍ରମିକ । ତେବେ ଓଡିଆ ଶ୍ରମିକମାନେ ମସ୍କଟ ଓମାନରେ ଫସିଥିବା ସୂଚନା ମିଳିଛି । ଓଡିଶାରେ ଶ୍ରମିକଙ୍କ ଶ୍ରମ ଅନୁସାରେ ଆୟ ନମିଳିବାରୁ ଘର ଛାଡି ବିଦେଶକୁ ଯିବାକୁ ପଡୁଛି ଓଡିଶା ଶ୍ରମିକମାନଙ୍କୁ । ଯାହା ଫଳରେ ବିଦେଶରେ ଅତ୍ୟାଚାରର ଶିକାର ହେବା ସହ ବନ୍ଧା ପଡି ରହିବାକୁ ପଡୁଛି । ତେବେ କେବଳ ଓଡ଼ିଶା ନୁହେଁ ଉତ୍ତରପ୍ରଦେଶ, ବିହାର, ପଞ୍ଜାବ, ରାଜସ୍ଥାନ, ଆନ୍ଦ୍ରପ୍ରଦେଶ, ତେଲେଙ୍ଗାନା ଓ ଓ୍ୱେଷ୍ଟ ବେଙ୍ଗଲର ୧୨ ଶହ ଶ୍ରମିକ ଫସି ରହିଛନ୍ତି । ଏଥିରେ ଓଡ଼ିଶାର ପ୍ରାୟ ୧୭ ଜଣ ଶ୍ରମିକ ଫସି ରହିଛନ୍ତି । ଏଥି ମଧ୍ୟରେ ଗଞ୍ଜାମ, ଆସିକା, କୋଦଳା ଓ ଛତ୍ରପୁରର ୮ଜଣ ଶ୍ରମିକ ଥିବାବେଳେ ଅନ୍ୟ ୯ଜଣ ଭୁବନେଶ୍ୱର ଓ ବାଲେଶ୍ୱରର ବୋଲି ଜଣାପଡ଼ିଛି ।
ସୂଚନା ମୁତାବକ , ଶ୍ରମିକମାନେ ଭୁବନେଶ୍ୱରର ଏକ ଘରୋଇ ଟ୍ରାଭେଲର୍ସରୁ ପାଇପ ଫିଟିଙ୍ଗ, ଫିଟର ଓ ହେଲ୍ଫର କାମ କରିବା ପାଇଁ ମସ୍କଟ ଅମାନ ଯାଇଥିଲେ କିିନ୍ତୁ ସେଠାରେ ସେମାନଙ୍କୁ କମ୍ପାନୀ ଭଲରେ ଖାଇବାକୁ ଦେଉନି ନଥିବାବେଳେ, କୌଣସି ମେଡିକାଲର ସୁବିଧା ମଧ୍ୟ ଦେଉ ନାଥିବାବେଳେ ମାସକୁ ମାସ ଦରମା ବି ଦେଉନି ଅଭିଯୋଗ ହୋଇଛିøା । । ଏହାସହ ଯଦି ଫେରିବାକୁ କହୁଛନ୍ତି ହେଲେ ଫେରିବାକୁ ପାସପୋର୍ଟ କି ଇଭିସା ମଧ୍ୟ ଦେଉନାହାନ୍ତି । ତେଣୁ ସମସ୍ତ ଭାରତୀୟ ଶ୍ରମିକ ଏକତ୍ରିତ ହୋଇ କମ୍ପାନୀ ସମ୍ମୁଖରେ ଧାରଣା ଦେଇଥିଲେ । ଫଳରେ ମସ୍କଟ ପୋଲିସ ଆସି ବୁଝାସୁଝା କରିଥିବା ଜଣାପଡ଼ିଛି । ହ ଆଣ୍ଡ କ୍ଟ୍ର କମ୍ପାନୀ ଦୀର୍ଘ ୫ ମାସ ହେଲା ଦରମା ଦେଉନାହିଁ ବୋଲି ମଧ୍ୟ ଅଭିଯୋଗ ହୋଇଛି ।