Home ରାଜ୍ୟ ପ୍ରେମ ବିବାହକୁ ନେଇ ଗାଁରେ ବସିଲା କଙ୍ଗାରୁକୋର୍ଟ: ଶଳା ବାହାଘର ଭିଣାଇକୁ ଦଣ୍ଡ !

ପ୍ରେମ ବିବାହକୁ ନେଇ ଗାଁରେ ବସିଲା କଙ୍ଗାରୁକୋର୍ଟ: ଶଳା ବାହାଘର ଭିଣାଇକୁ ଦଣ୍ଡ !

ଯାଜପୁର; ଧର୍ମଶଳା ନିର୍ବାଚନ ମଣ୍ଡଳୀ ରାଇଛନ୍ଦା ପଂଚାୟତ ବାଲିକୁଦିଆ ଗାଁରେ ନିଆଁରା ପ୍ରେମ ବିବାହ ଦେଖିବାକୁ ମିଳିଛି । ଏଠି ଶଳାର ପ୍ରେମ ବିବାହରେ ଭିଣାଇ ତଣ୍ଡ ଗଣିଛି । ହଜାର ନୁହେଁ କି ଦୁଇ ହଜାର ପୁରା ଏକ ଲକ୍ଷ ଟଙ୍କା ଦେବାକୁ ପଡ଼ିଛି । ସୂଚନାଅନୁଯାୟୀ ଭିଣାଇ ଘର ଗାଁ କଦମ୍ବପାଟଣାରେ କିଛି ବର୍ଷ ହେବ ଶଳା ପବିତ୍ର ପାଢୀ ପ୍ରେମ କରି ଆସୁଥିଲା । ଏହି ପ୍ରେମକୁ ସଫଳ କରିବା ପାଇଁ ପବିତ୍ର ଝିଅକୁ ନେଇ ଫେରାର ହୋଇ ଯାଇଥିଲା । ଯାହାକୁ ନେଇ ଝିଅ ଘର ଗାଁ କଦମ୍ବପାଟଣାରେ ବସିଥିଲା କଙ୍ଗାରୁକୋର୍ଟ । ଏହି ଗ୍ରାମସଭାରେ ଭିଣାଇକୁ ଭୁଲ କରିବାସହ ଲକ୍ଷାଧିକ ଟଙ୍କା ଦେବାକୁ ଜବରଦସ୍ତ କରିଥିଲେ । ଯାହାକୁ ନେଇ ପୋଲିସ ପ୍ରଶାସନ ନିକଟରେ କୌଣସି ଖବର ନଥିବା ବେଳେ ଅଂଚଳା ବୁଦ୍ଧିଜୀବୀ ନିରବଦଷ୍ଟା ସାଜିଛି ।