Home ରାଜ୍ୟ ପ୍ରତିଶ୍ରୁତି ପରେ ମଧ୍ୟ ଡାକ୍ତର ନିଯୁକ୍ତ କରା ନଯିବାରୁ ପୁଣି ଆନ୍ଦୋଳନ !

ପ୍ରତିଶ୍ରୁତି ପରେ ମଧ୍ୟ ଡାକ୍ତର ନିଯୁକ୍ତ କରା ନଯିବାରୁ ପୁଣି ଆନ୍ଦୋଳନ !


ବରଗଡ ; ପ୍ରତିଶ୍ରୁତି ପୂରଣ ନହେବାରୁ ପୁଣି ବରଗଡ ବରପାଲିରେ ଆନ୍ଦୋଳନ । ପ୍ରତିଶ୍ରୁତି ପରେ ମଧ୍ୟ ଡାକ୍ତର ନିଯୁକ୍ତି କରା ନଯିବାରୁ ପୁଣି ରାଜ ରାସ୍ତାକୁ ଓହ୍ଲାଇଛି ବରପାଲି ଟ୍ୟାକ୍ସି ସଂଘ ଓ ନାଗରିକ କମିଟି । ବନ୍ଦଯୋଗୁ ବରପାଲିରେ ସରକାରୀ ବେସରକାରୀ ଅନୁଷ୍ଠାନ ଓ କାର‌୍ୟ୍ୟାଳୟ ,ସ୍କୁଲ କଲେଜ ସହିତ ଯାନବାହନ ଦୋକାନ ବଜାର ବନ୍ଦ ରହିଛି । ଏହି ବନ୍ଦରେ ବରପାଲିର ବିଭିନ୍ନ ସଂଘ ଓ ସ୍ୱେଚ୍ଛାସେବୀ ସଂଗଠନ ସାମିଲ ହୋଇଛନ୍ତି । ବରଗଡ଼ ଜିଲ୍ଲାରେ ୨୧୪ ଜଣ ଡାକ୍ତରଙ୍କ ଆବଶ୍ୟକତା ରହିଥିବା ବେଳେ ଏବେ ମାତ୍ର ୧୧୨ ଜଣ ଡାକ୍ତର ଅଛନ୍ତି ।
ବରପାଲି ଡାକ୍ତରଖାନାରେ ସ୍ଥାୟୀ ଡାକ୍ତର ନିଯୁକ୍ତି ଦାବିରେ ଡିସେମ୍ବର ୧୯ ତାରିଖରେ ବରପାଲି ଟ୍ୟାକ୍ସି ସଂଘ ଓ ନାଗରିକ କମିଟି ଡାକ୍ତରଖାନା ସମ୍ମୁଖରେ ଧାରଣା ଦେଇଥିଲେ । ଘଟଣାସ୍ଥଳରେ ବରଗଡ଼ ସି ଡ଼ି ଏମ ଓ ପହଞ୍ଚି ବିକ୍ଷୋଭକାରୀଙ୍କୁ ପ୍ରତିଶ୍ରୁତି ଦେବା ପରେ ସେମାନେ ଧାରଣାରୁ ଉଠିଥିଲେ । ତେବେ ଆନ୍ଦୋଳନକୁ ୧୦ଦିନ ପୂରିଯାଇଥିଲେ ମଧ୍ୟ ଏପର‌୍ୟ୍ୟନ୍ତ ସ୍ଥାୟୀ ଡାକ୍ତର ନିଯୁକ୍ତି ନହେବାରୁ ଆଜି ପୁଣି ଆନ୍ଦୋଳନରେ ବସିଛନ୍ତି ସଂଘର କର୍ମକର୍ତ୍ତା ।